33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପଞ୍ଜାବରୁ ଗିରଫ ହେଲେ ୩ ଆତଙ୍କବାଦୀ

ପଞ୍ଜାବରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡୀଗଡ: ପଂଜାବ ପୁଲିସ ତରନତାରନ ଜିଲ୍ଲାରେ ୩ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସହିତ ଗିରଫ କରିଛି । ୩ ଆତଙ୍କବାଦୀ ଏକ ବଡଧରଣର ବିସ୍ଫୋରଣ କରି ପଂଜାବ ଦୋହଲାଇବାକୁ ଯୋଜନା କରିଥିଲେ । ପୁଲିସ ସମଗ୍ର ଅଂଚଳରେ ତଲାଶୀ ଅଭିଯାନ ଆରମ୍ଭ କରିଛି । ସୂଚନା ଅନୁସାରେ, ଏହି ତିନି ଆତଙ୍କବାଦୀ ପଂଜାବ ମୋଗା ଜିଲ୍ଲାରେ ରୁହନ୍ତି । ସେମାନଙ୍କ ନାମ କୁଲବିନ୍ଦର ସିଂହ, କମଲପ୍ରିତ ସିଂହ ଓ କମ୍ବର ପାଲ ସିଂ ବୋଲି ଜଣାପଡିଛି । ତରନତାରତର ଏସଏସପି ଉପିନ୍ଦରଜୀତ ସିଂ ଘୁମ୍ମଣ କହିଛନ୍ତି, ରାତିରେ ଥାନା ଭିଖିଭିଣ୍ଡ ପ୍ରଭାରୀ ଇନସ୍ପେକ୍ଟର ନବଦୀପ ସିଂହ ଭଟ୍ଟୀ ନିଜ ଟିମ ସହିତ ଗସ୍ତ କରୁଥିଲେ । ଜିଲ୍ଲାର ଭଗବାନପୁରା ଗାଁ ନିକଟରେ ଟିମକୁ ସନ୍ଦେହ ହେବାରୁ ଏକ କାର୍ କୁ ଅଟକାଇଥିଲା । ସେଥିରେ ୩ ଜଣ ଥିଲେ । ପରେ ସନ୍ଧାନ ପରେ ସେମାନଙ୍କ ନିକଟରୁ ହତିଆର ଓ ବିସ୍ଫୋଟକ ଜବତ ହୋଇଥିଲା । ତଦନ୍ତ ସମୟରେ ଗୋଟିଏ ପିସ୍ତଲ, ୯ ଏମଏମ ଗୁଳି, ବିଦେଶୀ ହଥଗୋଳା ଓ ବିସ୍ଫୋଟକ ସାମଗ୍ରୀ ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking