କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିବା ପରେ ଅନେକ ବିପକ୍ଷ ଦଳର ନେତା ଟିଏମସିରେ ସାମିଲ ହେଉଛନ୍ତି । ବିଜେପି ପୂର୍ବ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରଏ ଦଳକୁ ଫେରିଛନ୍ତି । ଏବେ ପୂର୍ବତମ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ପୁଅ ଓ କଂଗ୍ରେସର ପୂର୍ବତନ ସାଂସଦ ଅଭିଜୀତ ମୂଖାର୍ଜୀ ବି ଟିଏମସିରେ ସାମିଲ ହୋଇପାରନ୍ତି । ସୂତ୍ର ଅନୁସାରେ, ଅଭିଜିତ ଆଜି ଅପରାହ୍ନ ୪ଟାରେ ଟିଏମସିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ ।
ବିଗତ ଦିନରେ ଅଭିଜିତ ଟିଏମସିର ବରିଷ୍ଠ ନେତାଙ୍କ ସହିତ ସାକ୍ଷାତ କରିଥିଲେ । ଏମିତି ମଧ୍ୟ କୁହାଯାଉଛି ଯେ, ଟିଏମସି ଅଭିଜିତଙ୍କୁ ଜଙ୍ଗୀପୁର ବିଧାନସଭା ସିଟ ଦେଇପାରେ ।
ରାଜନୀତିରେ ଯୋଗଦେବା ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ ମୁଖାର୍ଜୀ ସରକାରୀ ସେବାରେ ଥିଲେ। ରାଷ୍ଟ୍ରପତି ହେବା ପରେ ପ୍ରଣବ ମୁଖାର୍ଜୀ 2012 ରେ ଖାଲି ପଡ଼ିଥିବା ପଶ୍ଚିମବଙ୍ଗର ଜଙ୍ଗିପୁର ଲୋକସଭା ଆସନରୁ ନିର୍ବାଚନରେ ବିଜୟୀ ହୋଇଥିଲେ। ସେ ପୁଣିଥରେ 2014 ଲୋକସଭା ନିର୍ବାଚନରେ ଜାଙ୍ଗିପୁରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ 2019 ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। 2004 ଏବଂ 2009 ରେ ଜାନୀବପୁରରୁ ପ୍ରଣବ ମୁଖାର୍ଜୀ ଦୁଇଥର ନିର୍ବାଚିତ ହୋଇଥିଲେ।