30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସିବିଏସଇ କାର୍ଯ୍ୟକ୍ରମରେ ଅଚାନକ ସାମିଲ ହେଲେ ମୋଦି, ଆଉ ତା ପରେ..

ସିବିଏସଇ କାର୍ଯ୍ୟକ୍ରମରେ ଅଚାନକ ସାମିଲ ହେଲେ ମୋଦି, ଆଉ ତା ପରେ..

ନୂଆଦିଲ୍ଲୀ: ସିବିଏସଇର ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ  ସମସ୍ତେ ଚାହୁଁଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ କେମିତି ପାସ କରାଯିବ । ଏହାରି ମଧ୍ୟରେ ସିବିଏସଇର ଏକ କାର୍ଯ୍ୟକ୍ରମରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବାସ୍ତବରେ ଶିକ୍ଷାମନ୍ତ୍ରାଳୟ ସିବିଏସଇ ଛାତ୍ରଛାତ୍ରୀଙ୍କ ସହିତ ଏକ ଭର୍ଚୁଆଲ ବୈଠକ କରୁଥିଲା । ଏହାରି ମଧ୍ୟରେ ପିଏମ ମୋଦି ବି ଏହି ବୈଠକରେ ଯୋଡି ହୋଇଥିଲେ । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହ କଥାବାର୍ତ୍ତା କରିଥିଲେ । ଶିକ୍ଷାମନ୍ତ୍ରାଳୟ ଓ ସିବିଏସଇର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଙ୍କ ସାମିଲ ହେବା ନେଇ କାହାକୁ କିଛି ସୂଚନା ନଥିଲା । ପୂର୍ବରୁ ବି ଏନେଇ ସ୍ଥିର ହୋଇନଥିଲା । ହେଲେ ପିଏମ ମୋଦି ଭିଡିଓ କନଫରେନ୍ସରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।
କୋଭିଡ ୧୯ ପାଇଁ ମହାରାଷ୍ଟ୍ର ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷୀ ବାତିଲ କରିବା ପାଇଁ ଘୋଷଣା କରିଛି । ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ଓାଡେତିବାର ଏନେଇ ସୂଚନା ଦେଇଛନ୍ତି । କହିରଖୁଛୁ ମଙ୍ଗଳବାର ପିଏମ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ପରେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ହରିୟାଣା, ରାଜସ୍ଥାନ, ହିମାଚଳପ୍ରଦେଶ ଭଳି ଅନେକ ରାଜ୍ୟରେ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking