29.1 C
Bhubaneswar
Wednesday, April 24, 2024
Homeଖେଳ୧୯୬୮ରେ ୨ ଥର ହୋଇଥିଲା ଫାଇନାଲ

୧୯୬୮ରେ ୨ ଥର ହୋଇଥିଲା ଫାଇନାଲ

ନୂଆଦିଲ୍ଲୀ: ୧୯୬୮ ମସିହାରେ ଇଟାଲୀ ଏବଂ ସୋଭିଏତ ୟୁନିଅନର ସେମିଫାଇନାଲ ମୁକାବିଲା ଅତିରିକ୍ତ ସମୟ ପର୍ଯ୍ୟନ୍ତ ୦-୦ରେ ବରାବର ଥିଲା । ଶେଷରେ ଟସର ସାହାରା ନେବାକୁ ପଡିଥିଲା ଏବଂ ଇଟାଲୀ ଜିତିଥିଲା । ପ୍ରଥମ ଓ ଅନ୍ତିମ ଥର ବିଜେତା ପାଇଁ ଟସ ପଡିଥିଲା । ୧୯୬୮ର ଫାଇନାଲ ବି ଦୁଇଟି ହୋଇଥିଲା । ପ୍ରଥମ ଫାଇନାଲ ଇଟାଲୀ ଓ ୟୁଗୋସ୍ଲୋଭିଆ ମଧ୍ୟରେ ଅତିରିକ୍ତ ସମୟ ପରେ ୧-୧ରେ ବରାବର ହୋଇଥିଲା । ଦୁଇ ଦିନ ପରେ ଦ୍ୱିତୀୟ ଫାଇନାଲରେ ଇଟାଲୀ ୨-୦ରେ ବିଜୟ ହାସଲ କରିଥିଲା । ଏପର୍ଯ୍ୟନ୍ତ୧୦ଟି ଟିମ ଅତି କମରେ ଗୋଟିଏ ଥର ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ଜର୍ମାନୀ ଓ ସ୍ପେନ ସବୁଠୁ ଅଧିକ ୩-୩ ଥର ଟାଇଟଲ କବଜା କରିଛନ୍ତି । ସ୍ପେନ ଲଗାତର ଭାବେ ୨ ଥର ୨୦୦୮ ଓ ୨୦୧୨ରେ ଟୁର୍ଣ୍ଣାମେଣ୍ଟ ଜିତିଥିବା ଏକମାତ୍ର ଦଳ । ପର୍ତ୍ତୁଗାଲ ଟୁର୍ଣ୍ଣାମେଣ୍ଟର ଡିଫେଡିଂ ଚାମ୍ପିୟନ ରହିଛି । ୟୁରୋ କପ ଫିଫା କପ ପରେ ଦୁନିଆରେ ସବୁଠୁ ଅଧିକ ମାତ୍ରାରେ ଦେଖାଯାଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ  । ୨୦୧୨ର ଫାଇନାଲ ସ୍ପେନ ଓ ଇଟାଲୀ ମଧ୍ୟରେ ଖେଳା ଯାଇଥିଲା । ଏହାକୁ ସମଗ୍ର ଦୁନିଆରେ ୩୦ କୋଟି ଲୋକେ ଦେଖିଥିଲେ । ୨୦୧୬ ଫାଇନାଲକୁ ବି ପ୍ରାୟ ୨୮ କୋଟି ଲୋକ ଦେଖିଥିଲେ । ଏହା ୟୁରୋପିଆନ ଇତିହାସରେ ଦ୍ୱିତୀୟ ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ଥିଲା । ୨୦୧୬ରେ ଫ୍ରାନ୍ସରେ ହୋଇଥିବା ୟୁରୋ କପରେ ୧୬୨୮୦ କୋଟି ଟଙ୍କା ରେଭିନ୍ୟୁ ମିଳିଥିଲା । ତେହେ ଚଳିତ ଥର କରୋନା ପାଇଁ ରେଭିନ୍ୟୁରେ ବୃଦ୍ଧି ନେଇ ଆଶା କରାଯାଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking