26.1 C
Bhubaneswar
Friday, March 29, 2024
Homeଖେଳବିଶ୍ୱକପ ପରେ ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ

ବିଶ୍ୱକପ ପରେ ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ୟୁରୋ କପ୍ କିମ୍ବା ୟୁରୋପିଅନ  ଚାମ୍ପିଅନସିପ୍‌, ୟୁରୋପୀୟ ଦେଶମାନଙ୍କର ଫୁଟବଲ ଟୁର୍ଣ୍ଣାମେଣ୍ଟ । ୟୁନିଅନ ଅଫ ୟୁରୋପିଅନ ଫୁଟବଲ ଆସୋସିଏସନ ଏହାର ଆୟୋଜନ କରିଥ୍ଧଶ । ୧୯୬୦ରୁ ଏହା ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତି ୪ ବର୍ଷରେ ଏହା ଆୟୋଜିତ ହେଉଛି । ଗତବର୍ଷ କରୋନା ମହମାରୀ ପାଇଁ ଏହାକୁ ବର୍ଷେ ସ୍ଥଗିତ କରାଗଲା । ଏବେ ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୧୧ ଜୁନରୁ ଆରମ୍ଭ ହେଉଛି । ୬୧ ବର୍ଷ ଧରି ହୋଇ ଆସୁଥିବା ଏହି ଟୁର୍ଣ୍ଣାମେଣ୍ଟର ଇତିହାସ ଅନେକ ରୋମାଚଂକର । କେବେ ଟୁର୍ଣ୍ଣାମେଣ୍ଟ ବିଜେତା ଚୟନ କରିବା ପାଇଁ ଦୁଇଟି ଫାଇନାଲ କରିବାକୁ ପଡିଛି ତ ପୁଣି କେବେ ମ୍ୟାଚ ଫଳାଫଳ ପାଇଁ ଟସ୍ କରିବାକୁ ପଡିଛି । ଏପର୍ଯ୍ୟନ୍ତ ୧୦ ଦେଶ ଏହାର ଟାଇଟଲ ଜିତିଛନ୍ତି । ଆରମ୍ଭରୁ କେବଳ ୪ଟି ଟିମକୁ ମଇଦାନକୁ ଓହ୍ଲାଇବା ପାଇଁ ସୁଯୋଗ ମିଳୁଥିଲା । ହେଲେ ଆଜି ୨୪ ଟିମ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଅର୍ଥାତ ଦଳ ସଂଖ୍ୟାରେ ୬ ଗୁଣ ବୃଦ୍ଧି କରାଯାଇଛି । ବର୍ତମାନର ମୁକାବିଲା ୧୧ଟି ଦେଶରେ ୧୧ ଜୁନରୁ ୧୧ ଜୁଲାଇ ମଧ୍ୟରେ ହେବ । ପର୍ତ୍ତୁଗାଲ ଟିମ ଟୁର୍ଣ୍ଣାମେଣ୍ଟର ଡିଫେଣ୍ଟିଂ ଚାମ୍ପିୟନ । ଏହି ସିଜନରେ ମୋଟ ୫୧ଟି ମୁକାବିଲା ହେବ । ୟୁରୋ କପ ଟ୍ରଫିର ନାମ ହେନରୀ ଡେଲାନଙ୍କ ନାମରେ ରହିଛି । ଏହାକୁ ଫ୍ରାନ୍ସ ଫୁଟବଲ ଆସୋସିଏସନର ପୂର୍ବତନ ମହାସଚିବ ହେନରୀ ଡେଲାନଙ୍କ ନାମରେ ରଖାଯାଇଛି । ସେ ହିଁ ସର୍ବପ୍ରଥମେ ୧୯୨୭ରେ ଟୁର୍ଣ୍ଣାମେଣ୍ଟକୁ ଆୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ୧୯୫୮ ପର୍ଯ୍ୟନ୍ତ ଏହା ଉପରେ କୌଣସି ଆଲୋଚନା ହୋଇନଥିଲା । ୧୯୫୫ରେ ଡେଲାନଙ୍କ ମୃତ୍ୟୁ ହୋଇଥିଲା । ହେଲେ ଟୁର୍ଣ୍ଣାମେଣ୍ଟରେ ଡେଲାନଙ୍କ ନାମରେ ଟ୍ରଫି ଦିଆଯାଏ । ସେ ମ୍ୟାଚ ରେଫରୀ ବି ରହିଛନ୍ତି । ଗୋଟିଏ ମ୍ୟାଚ ଚାଲିଥିବା ସମୟରେ ତାଙ୍କ ମୁହଁରେ ବଲ ବାଜିବା ଯୋଗୁଁ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ସେବେଠୁ ସେ ରେଫରୀ କାମ ଛାଡି ଦେଇଥିଲେ । ସେ ୟୁଏଫାର ପ୍ରଥମ ମହାସଚିବ ବି ଥିଲେ । ସ୍ପେନ ବିବାଦ କାରଣରୁ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking