ଉଦଳା : ଗାଁ କୁ ଭଲ ରାସ୍ତା ନ ଥିବାରୁ ପୁଣି ଖଟିଆରେ ବୁହାହେଲେ ଗୁରୁତର ଅସୁସ୍ଥ ଗର୍ଭବତୀ ।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ନିର୍ବାଚନ ମଣ୍ଡଳୀର ନଟ ଗ୍ରାମପଞ୍ଚାୟତ ହୁଡିସାହି ଗ୍ରାମରୁ । ଏଇ ଗାଁ କୁ ଭଲ ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଯାଇ ପାରିନଥିଲା ଫଳରେ ସାଗନେଇ ଶୁଣ୍ଢି ନାମକ ଜୈନେକ ଗର୍ଭବତୀ ଗୁରୁତର ମହିଳାଙ୍କୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ୩ କିଲମିଟର ରାସ୍ତା ବୁହିଆଣି ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମା ଓ ଶିଶୁ ସୁସ୍ଥ ଥିବା ଠାକୁରମୁଣ୍ଡା ମେଡିକାଲ ପକ୍ଷରୁ ପ୍ରକାଶ। ତେବେ ଏପରି ମହତକାର୍ଯ୍ୟ କରିଥିବା ୧୦୮ କର୍ମଚାରୀଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।