30.1 C
Bhubaneswar
Wednesday, May 1, 2024
Homeଓଡିଶାଚାହିଁ ଚାହିଁ ମକରସଂକ୍ରାନ୍ତି ସରିଲା, ହେଲେ ଏଯାଏଁ ମିଳିଲାନି ମନରେଗା ଯୋଜନା ର ମଜୁରୀ ଟଙ୍କା

ଚାହିଁ ଚାହିଁ ମକରସଂକ୍ରାନ୍ତି ସରିଲା, ହେଲେ ଏଯାଏଁ ମିଳିଲାନି ମନରେଗା ଯୋଜନା ର ମଜୁରୀ ଟଙ୍କା

 

ମୟୁରଭଞ୍ଜ : ଚାହିଁ ଚାହିଁ ମକରସଂକ୍ରାନ୍ତି ସରିଲା ହେଲେ ଏଯାଏଁ ମିଳିଲାନି ମନରେଗା ଯୋଜନା ର ମଜୁରୀ ଟଙ୍କା କରୋନା ମହାମାରି ସମୟରେ ମନରେଗା ଯୋଜନାରେ ମାଟି କାମ କରି ,ଦିର୍ଘଦିନ ଧରି ମଜୁରୀ ଟଙ୍କା ନମିଳିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି ।
  ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଖାନୁଆଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଚାହିଁ ଚାହିଁ ମକରସଂକ୍ରାନ୍ତି ସରିଲା ହେଲେ ମଜୁରୀ ମିଳିପାରିଲା ନି। କରୋନା ସମୟରେ କାମ ନମିଳିବାରୁ କି ଗରିବ କି ଧନୀ ସମସ୍ତଙ୍କର ରହିଛି ଅର୍ଥିକ ଅଭାବ ।ଆଜିକୁ ଏକ ମାସ ହେବ ଖାନୁଆଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଉଠାଜଳ ଯୋଗାଣ କେନ୍ଦ୍ର ପର୍ଯ୍ୟନ୍ତ ଏବଂ ଉଠାଜଳ ଯୋଗାଣ କେନ୍ଦ୍ର ଠାରୁ ଗିରୀ ଘର ପର୍ଯ୍ୟନ୍ତ ମାଟି ଡ୍ରେନ୍ କାର୍ଯ୍ୟ ରେ ପଳାଶବଣି ଗ୍ରାମର ଅନେକ ଆଦିବାସୀ ମହିଳା ଓ ପୁରୁଷ ଏକ ମନରେଗା ଯୋଜନା ରେ ମାଟି କାମ କରିଥିଲେ ।ହେଲେ ଅନେକ କଷ୍ଟ କରି କାମ ତ ସାରିଦେଲେ ।କିନ୍ତୁ କାର୍ଯ୍ୟ ର ଏକ ମାସ ହେଲାଣି ମିଳି ପାରିଲାନି ସେମାନଙ୍କର ପାରିଶ୍ରମିକ । ନିଜର ପାରିଶ୍ରମିକ ପାଇବାପାଇଁ ପଞ୍ଚାୟତର ଜିଆର୍ ଏସ୍ ଏବଂ ପିଇଓ ଙ୍କ ନିକଟରେ ଅନେକ ଅଭିଯୋଗ କରିଥିଲେ । ମାତ୍ର ସେଥିରେ ବିଫଳ ହୋଇ ଲେବର କୋଟର ଦ୍ବାରସ୍ଥ ହେଲେ ମନରେଗା ଯୋଜନା ରେ ମାଟି ଡ୍ରେନ୍ କାମ କରିଥିବା ଗ୍ରାମବାସୀ । ଟଙ୍କା ପଇସା ନଥିବାରୁ ଆମେ ଅନେକ ଅସୁବିଧା ରେ ଅଛନ୍ତି।ଏହି ଟଙ୍କା ନମିଳିବା ଘଟଣା ପଛରେ ପଞ୍ଚାୟତର ଜିଆର୍ ଏସ୍ , ପିଇଓ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କୁ ଦାୟୀ କରିଛନ୍ତି ପଳାଶବଣି ଗ୍ରାମର ଜିପି ସିଂ ।ତେଣୁ ଆମକୁ ଆମର ମଜୁରୀ ତୁରନ୍ତ ଦିଆଯାଉ ବଲି ଦାବି କରିଛନ୍ତି ମନରେଗା ଯୋଜନା ରେ ମାଟି ଡ୍ରେନ୍ କାର୍ଯ୍ୟ କରିଥିବା ମହିଳା ଶ୍ରମିକ ମଞ୍ଜୁଲତା ସିଂ କହିଛନ୍ତି ।
 ସରକାରଙ୍କ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ଆମ ରାଜ୍ୟ ସରକାର 5ଟି ଏବଂ ମୋ ସରକାର ର ନିୟମ କଲେ ।ମାତ୍ର ଏହି ନିୟମ କେବଳ ନାଁକୁ ମାତ୍ର ଆଉ ଲୋକ ଦୋଖାଣିଆଁ ।କାରଣ ବାରମ୍ବାର ଏହି ପଞ୍ଚାୟତ ଅଧିନରେ କାର୍ଯ୍ୟ କରୁଥିବା ଏହି ସରକାରୀ ବାବୁ ମାନେ ଅନେ ଦୁର୍ନୀତି କରୁଥିଲେ ମଧ୍ୟ ଏମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର ।ସରକାରଙ୍କ ଏଭଳି ନିତି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସରକାର ଗରିବ ଆଦିବାସୀ ଲୋକଙ୍କୁ 100 ଦିନର କାମ ଯୋଗାଇ ଦେବାପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ମାତ୍ର ସେହି ସବୁ ଯୋଜନାର ଫାଇଦା ନେଉଛନ୍ତି ଠିକାଦାର୍ ଓ ପ୍ରଶାସନ ଅଧିକାରୀ ।ତାର ଉଦାହରଣ ହେଉଛି ସେହି ଖାନୁଆଁ ପଞ୍ଚାୟତର ଅନୁପମା ସିଂ ଏବଂ ରବିନ୍ଦ୍ର ସାହୁ ।ଏହି ଲୋକମାନଙ୍କ ନାମରେ ଦୁଇ ଦୁଇଟି ଜବ୍ କାର୍ଡ୍ ରହିଥିବା ବେଳେ ମୃତକଙ୍କ ନାମରେ ଉଠିଛି ମନରେଗା ଯୋଜନା ର ବିଲ୍ ।ଏକଥା ଆମେ କହୁନାହୁଁ କହୁଛନ୍ତି ମୃତକ ପ୍ଯାରି ସିଂ ଙ୍କର ସ୍ବାମୀ ଶୁକୁରା ସିଂ ।ଭଲଭାବରେ ନଜର ପକାନ୍ତୁ ଏହି ମିଳିଥିବା ତଥ୍ୟ ଉପରେ ଏହି ମୃତକ ପ୍ଯାରି ସିଂ 2017 ରେ ମୃତ୍ୟୁବରଣ କରିଥିବା ବେଳ 2020 ଉଠିଛି ମନରେଗା ଯୋଜନା ର ବିଲ୍ ।କିନ୍ତୁ ଏହି ସବୁ ଦୁର୍ନୀତି ସମ୍ପର୍କରେ ପଞ୍ଚାୟତ ଅଧିକାରୀ ଙ୍କୁ ପଚାରିବାରୁ କୌଣସି ସଠିକ୍ ତଥ୍ୟ ମିଳିପାରୁ ନାହିଁ ।ସେପଟେ ଖାନୁଆଁ ପଞ୍ଚାୟତର ହୋଇଥିବା ଦୁର୍ନୀତି ର ଆରଟିଆଇ ର ତଥ୍ୟ ମାଗି ଏପର୍ଯ୍ୟନ୍ତ ପଞ୍ଚାୟତ ଅଧିକାରୀ କୌଣସି ତଥ୍ୟ ଦେଉନାହାନ୍ତି ବୋଲି ସେହି ଗ୍ରାମର ଦୋଳଗବିନ୍ଦ ବେହେରା କହିଛନ୍ତି ।ତେବେ ଏହି ଭଳି ଆମ ଗରିବ ଖଟିଖିଆ ଆଦିବାସୀ ଲୋକମାନଙ୍କୁ ସରକାରୀ ବାବୁମାନେ କାମ କରାଇ ଆମର ମଜୁରୀ ଟଙ୍କା ନଦେବାରୁ ଆମେ ଲେବରକେସ୍ କରିବା ପାଇଁ ବାଧ୍ୟ ହେଲୁ ବୋଲି ପଦ୍ମଲୋଚନ ସିଂ କହିଛନ୍ତି । ତେବେ ଏଇଥିରୁ ଜଣାପଡ଼ୁଛି ପଞ୍ଚାୟତର ହେଉଥିବା କାର୍ଯ୍ୟ ରେ ଠିକାଦାର୍, ଜିଆର୍ ଏସ୍, ପିଇଓ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ସରକାରୀ ଟଙ୍କା ର ଲୁଟ୍ । ଏହି ଖାନୁଆଁ ପଞ୍ଚାୟତର ହେଉଥିବା ମନରେଗା ଯୋଜନା ରେ ଦୁର୍ନୀତି ସଂପର୍କରେ । ବଡସାହି ବିଡିଓ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ।ମାତ୍ର କୌଣସି ସୂଚନା ମିଳିପାରି ନାହିଁ ।ତେବେ ଏଭଳି ଦୁର୍ନୀତି କରୁଥିବା ପଞ୍ଚାୟତର ଜିଆର୍ ଏସ୍ ,ପିଇଓ ଏବଂ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ତାହା ବାକି ରହିଲା ।

ମୟୁରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking