31.1 C
Bhubaneswar
Tuesday, April 30, 2024
Homeବ୍ରେକୀଙ୍ଗକରୋନା ବିଭୀଷିକା : ଦୁଇ ଦିନରେ ଦୁଇ ବାପ ପୁଅ ମୃତ, ସହର ସ୍ତବ୍ଧ

କରୋନା ବିଭୀଷିକା : ଦୁଇ ଦିନରେ ଦୁଇ ବାପ ପୁଅ ମୃତ, ସହର ସ୍ତବ୍ଧ

ବଲାଙ୍ଗୀର: କରୋନା ଦାଉରେ ଦୁଇ ଦିନରେ ଦୁଇ ବାପ ପୁଅ ମୃତ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗିର ସହରରେ । ସହର ର ବିକ୍ରମ ଛକ ସ୍ଥିତ ଅମିତ ମେଡିକାଲ ର ମାଲିକ ଅମିତ ମିତ୍ତଲଙ୍କ ବାପା ପ୍ରଦୀପ ମିତ୍ତଲ କରୋନା ଦାଉରେ ତାଙ୍କର ପ୍ରାଣ ହରାଇଛନ୍ତି । ଦୁଇ ଦିନରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଖବର ସାରା ସହରକୁ ସ୍ତବ୍ଧ କରିଛି । ମିତ୍ତଲ ବାପ ପୁଅ ବିଗତ କିଛି ଦଶନ୍ଧି ସହିତ କରୋନା ସମୟରେ ସହରବାସୀଙ୍କୁ ଆବଶ୍ୟକିୟ ଔଷଧ ସେବା ଯୋଗାଇ ଆସୁଥିଲେ । ଆହୁରି ଉଭୟ ମିଷ୍ଠଭାସି, ମେଳାପି ଓ ବେଶ ଲୋକପ୍ରିୟ ଥିଲେ । ତାଙ୍କର ଅକାଳ ବିୟୋଗରେ ସାରା ସହରରେ ଶୋକ ର ଛାୟା ଖେଳି ଯାଇଛି ।
ସୁଚନା ଯୋଗ୍ୟ ଯେ, ଗତ ୧୧ ତାରିଖରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୁଅ ଅମିତ ନିଜର କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲ।। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାରୁ ସେ ବରଗଡ ସ୍ଥିତ ଏକ ଘରୋଇ ହସପିଟାଲରେ ପୁଣିଥରେ ଟେଷ୍ଟ କରାଇ ଥିଲେ । ସେଠାରେ ସେ ପଜିଟିଭ ଥୀବା ଜଣା ପଡିଥିଲ।। ତେବେ ଚିକିତ୍ସା ପାଇଁ ତାଙ୍କୁ ରାଉଲକେଲା ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲ।। ଦିନ କୁ ଦିନ ତାଙ୍କର ଅବସ୍ଥା ବିଗିଡିବାରେ ଲାଗିଥିଲ।। ୧୯ ତାରିଖ ଦିନ ବେଳା ହଠାତ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ସହରରେ ଏହି ଖବର ପ୍ରଚାରିତ ହେବା ପରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁରେ ସାରା ସହରରେ ଶୋକର ଛାୟା ଖେଳି ଯାଇଥିଲ।। ବନ୍ଧୁ ପରିଜନ ତାଙ୍କର ପାର୍ଥୀବ ଶରିରକୁ ଆଣି ରବିବାର ଦିନ ସଂସ୍କାର କରିଥିଲେ । ପୁଅ ର ମୃତ୍ୟୁ ଖବର ପାଇ ବାପା ପ୍ରଦୀପ ଦୁଃଖରେ ଭାଙ୍ଗି ପଡଥିଲେ । ରବିବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପ୍ରଦୀପ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ତାଙ୍କର ସଂସ୍କାର କରାଯାଇଥିବା ବନ୍ଧୁବର୍ଗ ସୁଚନା ଦେଇଛନ୍ତି । ଗତ ଦୁଇ ଦିନରେ ଦୁଇ ବାପ ପୁଅଙ୍କ ମୃତ୍ୟୁ ଖବର ସାରା ସହରକୁ ଦୋହଲାଇ ଦେଇଛି । ସହରରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାକୁ ବସୁଥିବା ବେଳେ, ନିୟମିତ ଭାବେ କେହି ନା କେହି ସହରବାସୀଙ୍କ ମୃତ୍ୟୁ ଖବର ସହରରେ କୋକୁଆ ଭୟ ସୃଷ୍ଟି କରୁଛି । ତେବେ ଯଥା ସହରକୁ ସେନିଟାଇଜ କରାଯୀବା ସହ ଘର କୁ ଘର କୋଭିଡ ପରିକ୍ଷା କରାଯିବା ପାଇଁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking