30.1 C
Bhubaneswar
Saturday, May 4, 2024
Homeଅପରାଧସ୍ୱାମୀ ସହ ପାଟିତୁଣ୍ଡ କରି ଶିଶୁକୁ ହତ୍ୟାକଲା ମା’

ସ୍ୱାମୀ ସହ ପାଟିତୁଣ୍ଡ କରି ଶିଶୁକୁ ହତ୍ୟାକଲା ମା’

ଗଞ୍ଜାମ : ବ୍ରହ୍ମପୁର ପୁଲିସ ଜିଲ୍ଲାର ସଦରଥାନା ଅନ୍ତର୍ଗତ ଭାବିନୀପୁର ମହାନ୍ତି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ଘରୋଇ କଳିକୁୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଘଟି ମା’ ନିଜ ଦେଢ ବର୍ଷର ଶିଶୁକନ୍ୟାର ତଣ୍ଟି ଚିପି ହତ୍ୟା କରିଦେଇଛି । ପରେ ମା’ ନିଜେ ବ୍ଲେଡରେ ନିଜ ଶରୀରକୁ କାଟି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମା’କୁ ଗିରଫ କରିବା ସହ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ପଠାଇଛନ୍ତି । ମୃତ ଶିଶୁକୁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଛନ୍ତି । ଅନ୍ୟପକ୍ଷରେ ପୁଅ ବଦଳରେ ଝିଅ ଜନ୍ମ ହୋଇଥିବାରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି ।
ସୂଚନା ଅନୁଯାୟୀ, କୁଳମଣି ଗୌଡ ଏବଂ ତା’ର ଦୁଇ ଭାଇ ଯୌଥ ପରିବାର ଭାବେ ରହୁଛନ୍ତି । ବଡ ଭାଇର ପିଲାପିଲି ନଥିବା ବେଳେ ମଝିଆ ଭାଇ କୁଳମଣିର ଦେଢ ବର୍ଷର ଝିଅଟିଏ ଜନ୍ମ ହୋଇଥିଲା । ଏହି ଯୌଥ ପରିବାରରେ ଝିଅ ଜନ୍ମ ହୋଇଥିବା ଯୋଗୁଁ ସବୁବେଳେ ପାଟିତୁଣ୍ଡ ଚାଲିଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ ପୁଣି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉଚବାଚ ହୋଇଥିଲା । ଏହି ଝଗଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ବେଳେ କୁଳମଣିଙ୍କ ପତ୍ନୀ ସାବିତ୍ରୀ ଗୌଡ ଏହି ଛୁଆ ପାଇଁ ସବୁ ଦିନ ଗଣ୍ଡଗୋଳ ଘଟୁଛି ବୋଲି କହି ନିଜର ଦେଢ ବର୍ଷର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କରିଦେଇଥିଲା । ଶିଶୁ କନ୍ୟାଟି ମରିଯିବା ପରେ ନିଜେ ସାବିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking