ଯାଜପୁର : ବରୀ ବ୍ଲକ ଅଧିନ ବାଲିଆ ପଂଚାୟତର ନହଁଣ ଗ୍ରାମର ବୃଦ୍ଧ କାର୍ତ୍ତିକ ଚନ୍ଦ୍ର ଦାସ ଙ୍କ ରପରଲୋକ ଘଟିଛି | ତାଙ୍କର ଏକ ମାତ୍ର ପୁଅ ଦିବ୍ୟାଙ୍ଗ ହୋଇଥିଲା ବେଳେ ସହଯୋଗ କରିବାକୁ ସାହି ପଡୋଶୀ ଆସିଲେ ନାହିଁ | ଶବ ସତ୍କାର ପାଇଁ ସମିତି ସଭ୍ୟ ପ୍ରଦୀପ ଘଡେଇ ଙ୍କ ନେତୃତୁରେ ବିଜୁ ଯୁବବହିନୀ ବୃଦ୍ଧ ଙ୍କ ଶବ ସତ୍କାର କରିବାକୁ ଅଣ୍ଟା ଭିଡ଼ିଛି |, ଯୁବବାହିନୀ ସଭାପତି ଚିନ୍ମୟ ଜେନା, ସମ୍ପାଦକ ପ୍ରଦୀପ ବେହେରା, ସ୍ମୃତି ରଞ୍ଜନ ସାହୁ, ସଂଗ୍ରାମ ଜେନା ପ୍ରମୁଖ କାନ୍ଧରେ ଶବ ବୋହି ନେଇ ଗାଁ ସମ୍ସ ସାନ ରେ ସତ୍କାର କରିଥିଲେ | ଏହାକୁ ବରୀ ଅଂଚଳରେ ପ୍ରଶଂସା କରାଯାଇଛି |
ବିଜୁ ଯୁବ ବହିନୀଙ୍କୁ ବିଧାୟିକା ସୁନନ୍ଦା ଦାସ ଆଜି ଧନ୍ୟବାଦ ଜଣାଇଛନ୍ତି |,ଏଭଳି ସାମାଜିକ କାର୍ଯ୍ୟ ଜାରି ରଖିବା ପାଇଁ ଦାସ ପରାମର୍ଶ ଦେଇଛନ୍ତି |ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଉପସ୍ଥିତ ଥିଲେ |