କେନ୍ଦ୍ରାପଡାରେ ୬ରୁ ୬ ଦୋକାନ ଖୋଲା

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାରେ କଟକଣା ସମୟ ପରିବର୍ତନ କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ଠାରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ୬ଟା ପରେ କେବଳ ପେଟ୍ରୋଲ ପମ୍ପ ଓ ଓଷଧ ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି । ସମୟ ପରିବର୍ତ୍ତନ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ପ୍ରଦାନ କରିଛନ୍ତି । ତେବେ ପୂର୍ବରୁ ସକାଳ ୬ଟାରୁ ରାତି ୯ଟା ଯାଏଁ ଦୋକାନ ଖୋଲିବା ପାଇଁ ଅନୁମତି ଥିଲା । ସୂଚନା ଯୋଗ୍ୟ ଯେ , ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୨୮୦କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଉଛି ।