ଭୁବନେଶ୍ୱର : ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା । ଅନୁଗୁଳକୁ ପ୍ରବେଶ ଉପରେ ଦୁଇ ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । ଜରୁରୀ କାମରେ ଅନୁଗୁଳ ଆସିଲେ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । ୧୪ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇଡନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ଅନୁଗୁଳରେ ବର୍ତ୍ତମାନ ସୁଦ୍ଧା ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୯୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଣିଛନ୍ତି । ଅନ୍ୟ ୨୯ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚକିତ୍ସିତ ହେଉଛନ୍ତି ।