40.1 C
Bhubaneswar
Thursday, April 25, 2024
Homeଓଡିଶାବଣାଇ ମେଡିକାଲ ଓପିଡି ବନ୍ଦ

ବଣାଇ ମେଡିକାଲ ଓପିଡି ବନ୍ଦ

ବଣାଇ : ବଣାଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ । ଗୁରୁତର ରୋଗୀ ବ୍ୟତିତ ଅନ୍ୟମାନଙ୍କୁ ନଆସିବାକୁ ପରାମର୍ଶ ଦିଆଯାଇଛି । ମେଡିକାଲରେ ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ନେଇ ଏସ୍‌ଡିଏମ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରର ବାସନ୍ତୀ କଲୋନୀର ଦୁଇଟି ଲେନ, ସେକ୍ଟର ୧୬, ସେକ୍ଟର ୫ ଗୋଲଘରର ବାରାକ ଭଳି ସହରର ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାସହ ରାଉରକେଲା ସରକାରୀ ଡାକ୍ତରଖାନା, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ ଏବଂ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ସରକାରୀ କାର୍ଯ୍ୟାଳୟରେ ଲାଗିଛି କଟକଣା। ଆରଜିଏଚରେ ରୋଗୀଙ୍କ ପାଇଁ ଖୋଲା ହୋଇଛି ଗୋଟିଏ ଗେଟ। ଏଥିରେ ରୋଗୀମାନେ ଟେଷ୍ଟିଂ ପରେ ଯାଇପାରିବେ। ଏହାସହ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯାତାୟତ ଉପରେ ବି ରୋକ ଲାଗିଛି। ସହରରେ କଣ୍ଟେନମେଣ୍ଟ ଜୋନ ବଢାଇବା ସହ ଅଧିକ ନମୂନା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking