ଯାଜପୁର : ମହାମାରୀ କରୋନା ଯୋଗୁଁ ଦେଶ ସାରା ଲକ ଡାଉନ ଥିବା ବେଳେ ବାହାର ରାଜ୍ୟ ର ଶ୍ରମିକ ମାନେ କାମ ନ ମିଳିବା, ପଇସା ନ ଥିବାରୁ ଭୋକ ଉପବାସ ରେ ବହୁ ଶ୍ରମିକ ମାନେ ମାଲବାହୀ ଟ୍ରକ ସାହାଯ୍ୟ ରେ ନିଜ ରାଜ୍ୟ ଫେରି ଯିବାର ଦେଖିବା କୁ ମିଳୁଛି | ଆଜି ଯାଜପୁର ରୋଡ ଟ୍ରକ ଉନର ଆଶୋସିଏସନ ମାଲିକ ସଙ୍ଘ ଓ ପଲ୍ଲଭି ସିଣ୍ଡିକେଟ ପକ୍ଷ ରୁ ଖାଦ୍ୟ ଓ ଥଣ୍ଡା ପାନୀୟ ଜଳ ମାସ୍କ 16 ନମ୍ବର ଜାତୀୟ ରାଜପଥ ଖଣ୍ଡିତର ନିକଟରେ ବଣ୍ଟନ କରାଯାଇଥିଲା | ଏହି ମହାନ କାର୍ଯ୍ୟ କୁ ସଙ୍ଘ ର ପ୍ରେସିଡେଣ୍ଟ କିଶୋର ରାଉତ ସେକ୍ରେଟାରୀ ବ୍ରଜ ରାଉତ ଯୁଗ୍ମ ସମ୍ପାଦକ ପବିତ୍ର ମହାନ୍ତି ଓ ପଲ୍ଲଭି ସ୍ୱଣ୍ଡିକେଟ ର ମ୍ୟାନେଜେର ସଞ୍ଜୟ ପଳାଇ ତୁଲେଇ ବା ସହ ଅନ୍ୟମାନେ ଯଥା ପୱନ ମିଶ୍ର ବାବୁଲି ବଳ ସହଯୋଗ ର ହାତ ବଢ଼ାଇ ଥିଲେ ବୋଲି ଶ୍ରୀ ରାଉତ ONA ଖବର ସଂସ୍ଥା କୁ ସୂଚନା ଦେଇ ଥିଲେ ! ଯେଉଁ ଟ୍ରକ ମାଲ ପରିବହନ କରେ ସେ ବର୍ତ୍ତମାନ ଲୋକ ପରିବହନ କରୁଛି !ଅଚୁତାନନ୍ଦ ମହାପୁରୁଷ ଆଦର୍ଶ ଭବିଷ୍ୟତ ମାଳିକା ରେ ଲେଖିଥିଲି ତାହା ଦେଖିବା କୁ ମିଳୁଛି !ବଳଦ ପରି ଜଗତେ ସାରା ତୁଣ୍ଡି ବାନ୍ଧିବେ ତେବେ କି ଦେଖିବ କି ନେତା, କି ଅଫିସର, କି ଗରିବ, କି ଧନୀ ଓ ଭୋକ ଉପବାସ ରେ ଦିନ ବିତାଇବେ !ସେହିପରି 16ନମ୍ବର ଓ 20ନମ୍ବର ଜାତୀୟ ରାଜପଥ ଟ୍ରକ ଗୁଡିକ ରେ ଆନ୍ଦ୍ରା, କେରଳ, ତାମିଲନାଡୁ ରୁ ଓ ଅନେକ ଚାଲି ଚାଲି ପଡୋଶୀ ରାଜ୍ୟ କୁ ଯାଉଥିବାର ଦେଖିବାକୁ ମିଳିବା ସହ ଅନେକ ରାଜ୍ୟ ବାହାରୁ ଓଡିଆ ଶ୍ରମିକ ନିଜ ରାଜ୍ୟ କୁ ଫେରିବା ଦେଖିବାକୁ ମିଳୁଛି !କରୋନା ମହାମାରୀ ସାଙ୍ଗ ରେ ନେଇ ଆସିଥିବାରୁ ଲୋକ ମାନେ ଭୟ ରେ ଆତଙ୍କିତ ହୋଇ ସାହାଯ୍ୟ କରିବାକୁ ପଚାଉଛନ୍ତି ଓ ଅନେକ ଲୋକ ଜୀବନ କୁ ପାଣିଛଡ଼ାଇ ଆହାର ଦେଇ ସାହାଯ୍ୟ କରୁଛନ୍ତି ! ରିପୋର୍ଟ- ଅଭିମନ୍ୟୁ ମିଶ୍ର