27.1 C
Bhubaneswar
Thursday, April 25, 2024
Homeଓଡିଶାଆଗେଇ ଚାଲିଛି ରଥ କାମ

ଆଗେଇ ଚାଲିଛି ରଥ କାମ

ପୁରୀ : କଟକଣା ଭିତରେ ଆଗେଇ ଚାଲିଛି ରଥ କାମ ! ରଥ ନିର୍ମାଣ ପାଇଁ ସମସ୍ତ ସ୍ତରରେ ପ୍ରକାଶ ପାଇଛି ତତପରତା ! ସରକାର ନିୟମ ଅନୁସାରେ ରଥ ଖୋଳା କୁ ନିଷିଦାଞ୍ଚଳ ଘୋଷଣା କରି ରଥ ନିର୍ମାଣ କରୁଛନ୍ତି ମହାରଣା ସେବାୟତ ! ଶ୍ରୀ ନହର ସମୁଖ ଚାଳି ରେ ବିଶ୍ୱକର୍ମା ମାନେ 6 ଟି ତୁମ୍ବ ର କାମ ସାରିଥିବା ସୂଚନା ମିଳିଛି !ତୁମ୍ବ ରେ ସୁତା ବାଡୀଆ ସହ ବିଧି ଅନୁକୂଳ ହୋଇସାରିଛି ! ରଥ ଖୋଳା ରେ ଅକ୍ଷରକାଠ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ! ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳ ରେ ପନ୍ଦାରି, ବଳା  ଚକ ମଜଭୁତ ହେବା ପାଇଁ କମାର ମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି !ରଥ ନିର୍ମାଣ ର ଏସବୁ ପାରମ୍ପରିକ ପଦ୍ଧତି ବୋଲି କୁହନ୍ତି ରଥ ନିର୍ମାଣ ଅଧିକାରୀ !ସେହି ପରି ଚକ ରେ ଲାଗିବା ପାଇଁ କମାର ଶାଳ ରେ ଅରକଣ୍ଟା ପ୍ରସ୍ତୁତ କରଯାଉଛି ! କମାର ଶାଳ ରେ ମଧ୍ୟ ରଥ ରେ ଲାଗୁଥିବା ଲୁହା କାମରେ ଲାଗିଛନ୍ତି 20 ରୁ ଉର୍ଦ୍ଧ କମାର ସେବାୟତ !ଭଉଁରୀ 15 ତାରିଖରେ ଥିବାରୁ ତିନ ରଥର ଚକ ଓ ଅକ୍ଷ କାମ ଶେଷ କରିବା ପାଇଁ ସମସ୍ତ ଜାଗାରେ ଚାଲିଛି ପ୍ରୟାସ !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking