30.1 C
Bhubaneswar
Monday, May 6, 2024
Homeଓଡିଶାଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ତେବେ ବୈଠକରେ କଣ ଆଲୋଚନା ହେବ ସେନେଇ କୌଣସି ଏଜେଣ୍ଡା ଦିଆଯାଇନାହିଁ। କେବଳ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।
କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସଂସଦରେ ଏହାର ଯାଞ୍ଚ ବ୍ୟବସ୍ଥା ସ୍ୱରୂପ ଥର୍ମାଲ୍ ଇମେଜର୍ ସ୍ଥାପନ କରିବାକୁ ବିଜୁ ଜନତା ଦଳ ସାଂସଦ ପିନାକି ମିଶ୍ର ଗୁରୁବାର ଲୋକସଭାରେ ପରାମର୍ଶ ଦେଇଛନ୍ତି। ଲୋକସଭାରେ ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ଭୁତାଣୁ ସଂକ୍ରମଣ ରୋକିବା ଏବଂ ସୂଚନା ପ୍ରଦାନ କରିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାଂସଦ ପିନାକି ଏହି ପରାମର୍ଶ ଦେଇଛନ୍ତି। ସେ ପଚାରି ଥିଲେ ଯେ ଥର୍ମାଲ୍ ଇମେଜରର ମୂଲ୍ୟ କେତେ ହେବ ? ଯଦି ଏହା ମହଙ୍ଗା ନୁହେଁ, ତେବେ ଏହାକୁ ସଂସଦରେ ସ୍ଥାପନ କରାଯାଉ ବୋଲି ସେ କହିଥିଲେ । ଇରାନରେ ୨୩ ଜଣ ସାଂସଦ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପ୍ରସଙ୍ଗ ଉତଥାପନ କରି ସେ ଥର୍ମାଲ୍ ଇମେଜର ସ୍ଥାପନ ପାଇଁ ଦାବି ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking