ଭୁବନେଶ୍ୱର : ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକଙ୍କ ମଧ୍ୟରୁ ରବିବାର ୪ ଜଣ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି । ଏହି ୪ ଜଣ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ । ବିମାନବନ୍ଦରରେ ଓହ୍ଲାଇବା ପରେ ଏହି ୪ ଜଣ ନିଜକୁ ଆଶ୍ୱସ୍ତ ମନେ କରିଛନ୍ତି । ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକଙ୍କ ନିର୍ୟାତନାର ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ଏହି ନିର୍ୟାତିତ ଶ୍ରମିକମାନଙ୍କ ସହିତ ସଂପର୍କ କରିଥିଲେ।ପ୍ରଥମ ଦଫାରେ ୪ ଜଣ ଶ୍ରମିକ ଓଡିଶା ଫେରିଆସିଛନ୍ତି । ଶ୍ରୀଲଙ୍କାରେ ଥିବା ବାକି ୭ ଜଣ ଓଡିଆ ଶ୍ରମିକଙ୍କ ଫେରିବା ନେଇ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଛି । ବିମାନ ଯୋଗେ ଏମାନଙ୍କର ଓଡିଶା ଫେରିବା ନେଇ ବ୍ୟବସ୍ଥା କରିଛି ଭାରତୀୟ କରୁଛନ୍ତି । ଦଲାଲ ଜରିଆରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇ ସେଠାରେ ଫସିଯାଇଥିଲେ ୧୧ ଜଣ ଓଡିଆ ଶ୍ରମିକ ।