30.1 C
Bhubaneswar
Wednesday, May 1, 2024
Homeଅପରାଧଏମ୍‌ସ ଚାକିରି ନାଁରେ ୩ ଲକ୍ଷ ଠକେଇ ଅଭିଯୋଗ : ୩ ଅଭିଯୁକ୍ତ ଗିରଫ

ଏମ୍‌ସ ଚାକିରି ନାଁରେ ୩ ଲକ୍ଷ ଠକେଇ ଅଭିଯୋଗ : ୩ ଅଭିଯୁକ୍ତ ଗିରଫ

ଖଣ୍ଡଗିରି : ଭୁବନେଶ୍ୱର ଏମ୍‌ସରେ ଆଟେଣ୍ଡାଣ୍ଟ ଚାକିରି କରାଇ ଦେବା ବାହାନାରେ ୪ ଜଣଙ୍କଠାରୁ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲିଅନ୍ତା ସାଇ ଏନ୍‌କ୍ଲେଭ୍‌ରେ ରହୁଥିବା ସୁଧୀର ବିଶ୍ବାଳ, ଆଦିତ୍ୟପ୍ରସାଦ ଖଡ଼ିରତ୍ନ ଓ ଲକ୍ଷ୍ମୀସାଗର ଜଗନ୍ନାଥବିହାରରେ ରହୁଥିବା ଦେବାଶିଷ ଦାସ। ସୁଧୀର ଓ ଆଦିତ୍ୟର ଘର ଦେବଗଡ଼ ଜିଲ୍ଲା ରିଆମାଳ ହୋଇଥିବାବେଳେ ଦେବାଶିଷର ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋବିନ୍ଦପୁରରେ।
ସୂଚନା ଅନୁଯାୟୀ, ଦେବାଶିଷ ଇଂଜିନିୟରିଂ ପାସ୍ କରିବା ପରେ ବେକାର ଥିବାରୁ ଏଭଳି ଜାଲି ପ୍ଲେସ୍‌ମେଣ୍ଟ କାରବାର କରୁଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଖଣ୍ଡଗିରି ଡୁମୁଡୁମ‌ା ହାଉସିଂ ବୋର୍ଡ କଲୋନିସ୍ଥିତ ଏକ ଭଡ଼ାଘରେ ଏକ ପ୍ଲେସମେଣ୍ଟ କାର‌୍ୟ୍ୟାଳୟ ଖୋଲିଥିଲେ। ଭୁବନେଶ୍ବର ଏମ୍‌ସରେ ଆଟେଣ୍ଡାଣ୍ଟ ଚାକିରି କରାଇ ଦେବାକୁ କହି ସୁନ୍ଦରଗଡ଼ ବଣାଇଗଡ଼ର ୪ ଜଣ ଯୁବକଙ୍କୁ ଲୋଭ ଦେଖାଇଥିଲେ। ୨୦୧୯ ମସିହା ଅଗଷ୍ଟ ମାସ‌ରେ ୪ ଜଣଯାକ ଡୁମୁଡୁମା କାର‌୍ୟ୍ୟାଳୟରେ ନିଜ ନିଜ ସାର୍ଟିଫି‌କେଟ୍ ସହ ୩ ଲକ୍ଷ ଟଙ୍କା ଜମା କରିଥିଲେ। ସେମାନଙ୍କୁ ଦଶହରା ପରେ ନିଯୁକ୍ତି ମିଳିଯିବ ବୋଲି ପ୍ଲେସ୍‌‌ମେଣ୍ଟ ସେଲ୍ ନିର୍ଦେଶକ ‌ଦେବାଶିଷ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଇନଥିଲେ। ତେଣୁ ବାରମ୍ବାର ଦୌଡ଼ି ହତାଶ ହେବା ପରେ ବଣାଇଗଡ଼ର ସୁଶିଲ୍ ତ୍ରିପାଠୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking