ଉତ୍ତରପ୍ରଦେଶର : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକ ନିଛକ ସତ ଘଟଣା | ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି | ବଡ଼ ଭାଇର ଜୀବନ ନେଲା ସାନ ଭାଇ । ତେବେ ପ୍ରେମ ସଂପର୍କକୁ କେନ୍ଦ୍ରକରି ଘଟିଥିଲା ଏହି ବିଭସ୍ଥ ହତ୍ୟାକାଣ୍ଡ । ନିଶାସକ୍ତ ଅବସ୍ଥାରେ ଥିବା ବେଳେ ବଡ଼ ଭାଇର ତଣ୍ଟି ଚିପି ସାନ ଭାି ହତ୍ୟା କରିଛି । ଗତ ଡିସେମ୍ବର ୧୮ ତାରିଖରେ ହତ୍ୟା ଅଭିଯୋଗରେ ସାନ ଭାଇକୁ ପୋଲିସ ଗିରଫ କରିଥିବାର ଜଣା ପଡିଛି । ଦୁଇଭାଇଙ୍କ ଭିତରେ ଥିଲା ଘନିଷ୍ଠ ସଂପର୍କ । ହେଲେ ପ୍ରେମ ସମ୍ପର୍କରୁ ଘଟିଗଲା ଏପରି ଘଟଣା |
ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟର ପର୍ଦ୍ଦାଫାସ କରଛି ପୋଲିସ । ପୋଲିସର ସୂଚନା ଅନୁସାରେ ସାନ ଭାଇର ପ୍ରେମିକାଙ୍କ ସହ ବଡ଼ ଭାଇର ଥିଲା ଅବୈଧ ସଂପର୍କ। ଏହି କଥା ଯୁବତୀର ପ୍ରେମିକ ଅର୍ଥାତ ମୃତ ଓମପ୍ରକାଶଙ୍କ ସାନ ଭାଇ ଜାଣିବା ପରେ ବିଶ୍ବାସ କରି ନ ଥିଲା। ପରବର୍ତ୍ତୀ ସମୟରେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ସାନ ଭାଇ ଦେଖିଥିଲା। ଏହା ପରେ ରାଗି ଯାଇ ବଡ଼ ଭାଇକୁ ଜୀବନରୁ ମାରିଦେବା ପାଇଁ ସାନଭାଇ ରଚିଥିଲା ଷଡ଼ଯନ୍ତ୍ର । ୨୦୧୮ ଅକ୍ଟୋବର ୨୨ ତାରିଖରେ କାର ଡ୍ରାଇଭର ଓମପ୍ରକାଶଙ୍କ ମୃତ ଦେହ ରେଲଓ୍ବେ ଓଭରବ୍ରିଜ ନିକଟରୁ ପୋଲିସ ଉଦ୍ଧାର କରିଥିଲା। ମୃତ ଓମପ୍ରକାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ଓମପ୍ରକାଶଙ୍କୁ କିଏ ହତ୍ୟା କଲା? କାହିଁକି କଲା? ଏସବୁର ସଠି୍କ୍ ସୁରାଗ ପାଇବା ପାଇଁ ପୋଲିସ ଦୀର୍ଘ ୧୩ ମାସ ଲାଗିଯାଇଥିଲା । କାନପୁର ପୋଲିସର ସୂଚନା ମୁତାବକ ସାନ ଭାଇ ଛୋଟୁ ଓ ବଡ଼ ଭାଇ ଓମପ୍ରକାଶ ଦୁଇଜଣ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏହି ସଂପର୍କରେ ସାନ ଭାଇ ଜାଣିବା ପରେ ବଡ଼ ଭାଇଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲା। ବଡ଼ ଭାଇଙ୍କୁ ପ୍ରଚୁର ମଦ ପିଆଇବା ସହ ତା ବାଇକରେ ବାସାଇ ଏକ ଜନଶୂନ୍ୟ ସ୍ଥାନକୁ ନେଇ ଯାଇଥିଲା । ବାଟରେ ବାଇକ ରଖି ହଠାତ ବଡ଼ ଭାଇର ତଣ୍ଟିଚିପି ହତ୍ୟା କରିଥିଲା ସାନ ଭାଇ । ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।