29.1 C
Bhubaneswar
Wednesday, May 1, 2024
HomeଖେଳIPL: ପ୍ୟାଟ କମିନ୍ସ ଦାମୀ ଖେଳାଳି

IPL: ପ୍ୟାଟ କମିନ୍ସ ଦାମୀ ଖେଳାଳି

ନୂଆଦିଲ୍ଲୀ:ଆଇପିଏଲ ତ୍ରୟୋଦଶ ସଂସ୍କରଣ ପାଇଁ ଅନୁଷ୍ଠିତ ହୋଇଯାଇଛି ଖେଳାଳି ନିଲାମ ପ୍ରକ୍ରିୟା । ତେବେ ଏଥିରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପେଟ୍ କମିନ୍ସ । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୧୫.୫ କୋଟିରେ କିଣିଥିବା ଜଣାପଡିଛି । ତେବେ ସେପଟେ ସବୁଠାରୁ ଶସ୍ତା ଖେଳାଳି ହେଉଛନ୍ତି ଭାରତୀୟ ଖେଳାଳି ରାହୁଲ୍ ତ୍ରିପାଠୀ । ତାଙ୍କୁ ୬୦ ଲକ୍ଷ ଟଙ୍କାରେ କେକେଆର୍ କିଣିଥିବା ଜଣାପଡିଛି । ୨୦୨୦ ଆଇପିଏଲ୍ ଲାଗି ଅନୁଷ୍ଠିତ ନିଲାମୀରେ ଚଳିତ ଥର ୩୩୨ ଜଣ ଖେଳାଳି ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮୬ ଜଣ ଭାରତୀୟ ଥିବା ବେଳେ ୧୪୩ ଜଣ ବିଦେଶୀ ଖେଳାଳି ଥିଲେ । ତେବେ ଏହି ନିଲାମୀରେ ମାତ୍ର ୭୩ ଜଣ ଖେଳାଳିଙ୍କ ବିକ୍ରି ଲାଗି ସୁଯୋଗ ରହିଛି ଏବଂ ସେଥିମଧ୍ୟରୁ ୨୯ଜଣ ବିଦେଶୀ ଖେଳାଳି ଏହି ସୁଯୋଗ ହାସଲ କରିବେ ।
ଆଜି କୋଲକାତାର ଏକ ପଞ୍ଚତାରକା ହେଟେଲରେ ଅନୁଷ୍ଠିତ ନିଲାମୀ ଆରମ୍ଭରୁ ହିଁ କେକେଆରର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନଙ୍କୁ ୨୦୧୯ର ଚାମ୍ପିଅନ ଦଳ ମୁମ୍ବାଇ ଇଣ୍ଡିଆନସ ୨ କୋଟି ଟଙ୍କାରେ କିଣିଥିଲା । ସେହିଭଳି ଇଂଲଣ୍ଡ ଟିମ୍ କ୍ୟାପଟେନ୍ ଇୟନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କୁ ୩ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ସେହିପରି ଜେସନ ରୟଙ୍କୁ ୧.୫୦ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲସ କିଣିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ଆରୋନ ଫିଞ୍ଚଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪.୪ କୋଟି ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୦.୭୫ କୋଟି ଟଙ୍କାରେ କିଙ୍ଗସ ଏକାଦଶ ପଞ୍ଜାବ କିଣି ଥିବା ବେଳେ କ୍ରିସ୍ ଓ୍ଵକ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍୧.୫ କୋଟି ଟଙ୍କାରେ କିଣିଛି । ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking