27.1 C
Bhubaneswar
Friday, March 29, 2024
Homeଓଡିଶାକୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ବ୍ଳେକ ଡାଇମଣ୍ଡ ଓ ଅମାମୁଣ୍ଡା ବିଜୟୀ

କୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ବ୍ଳେକ ଡାଇମଣ୍ଡ ଓ ଅମାମୁଣ୍ଡା ବିଜୟୀ

 
ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ, ଖଲିଆପାଲି ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ଆନୁକୁଲ୍ୟରେ କୋଚ ଶିବ ପ୍ରସାଦ ସ୍ମାରକୀ ଓ ଖଲିଆପାଲି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦୁଇଗୋଟି ଖେଳ ଅନୁଷ୍ଠିତ ହୋଇଛି । ଶିବପ୍ରସାଦ ସ୍ମାରକୀ ଖେଳରେ ଅମାମୁଣ୍ଡା ୧-୦ ଗୋଲରେ ଇଲେଭେନ୍ ଷ୍ଟାରକୁ ହରାଇ ବିଜୟୀ ହୋଇଛି । ସେହିପରି ଖଲିଆପାଲି କପ୍ ଫୁଟ୍‌ବଲ ଖେଳରେ ବ୍ଳେକ ଡାଇମଣ୍ଡ ବନାମ ମହିମୁଣ୍ଡା ଖେଳ ନିର୍ଦ୍ଧାରି ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୪-୩ ଗୋଲରେ ବ୍ଳେକ ଡାଇମଣ୍ଡ ବିଜୟୀ ହୋଇଛି । ଅତିଥିଭାବେ ବଲାଙ୍ଗିର ବ୍ଳକ ଚେୟାରମ୍ୟାନ ଗୋଲାପ ବାଗ,କ୍ରିଡାସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, କ୍ରିଡାବିତ କାଲିଆ ବେହେରା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବରିହା ଯୋଗଦେଇ ଖେଳାଳିଙ୍କୁ ଉତ୍ସହିତ କରିଥିଲେ । କ୍ରୀଡାସଂଗଠକ ହେମନ୍ତ କୁମାର ବେହେରା, ଫୁଟବଲ କୋଚ୍ ପରାସର ବାଗ, ଆୟୋଜନ କମିଟି ଅଧ୍ୟକ୍ଷ ଅଭିମନ୍ୟୁ ପାଣ୍ଡେ, କ୍ରୀଡାବିତ ଅନୁପ ସାଏ, କ୍ରିଡାସଂଗଠକ ଚିତ୍ତ ରଂଜନ ବିଶ୍ୱାଳ, ମନୋରଂଜନ ବିଶ୍ୱାଳ, ପ୍ରସାନ୍ତ ପ୍ରଧାନ,ବିଶ୍ୱନାଥ ସୁନା,ନାରାୟଣବିଶ୍ୱାଲ ମଂଚାସୀନଥିଲେ । ଖେଳଦ୍ୱୟକୁ ସୁଦୟ ବାରିକ, ସଂଜିବ ମହାରଣା, ପ୍ରଫୁଲ୍ଲ ବଗତ୍ତିି ଓ ନରସିଂହ ସ୍ୱାମୀ ନାଇଡୁପରିଚାଳନା କରିଥିଲେ । ୨୦ ତାରିଖ ଶୁକ୍ରବାର ପ୍ରଥମ ଖେଳ ଆଠଗାଁ ବନାମ କୁଶମେଲ ଓ ଦ୍ୱିତୀୟ ଖେଳ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ବନାମ ବିଏସ୍‌ଏଫ୍ ସୋନ୍‌ପୁର ମଧ୍ୟରେ ହେବ ବୋଲି କମିଟି ଅଧ୍ୟକ୍ଷ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking