27.1 C
Bhubaneswar
Tuesday, May 7, 2024
Homeଅପରାଧବଜ୍ରକାପ୍ତା ଓ ହାତୀ ଦାନ୍ତ ଚାଲାଣ, ୭ କୋର୍ଟ ଚାଲାଣ

ବଜ୍ରକାପ୍ତା ଓ ହାତୀ ଦାନ୍ତ ଚାଲାଣ, ୭ କୋର୍ଟ ଚାଲାଣ

ଆଠଗଡ : ବଜ୍ରକାପ୍ତା ଓ ହାତୀ ଦାନ୍ତ ବିଦେଶକୁ ଚାଲାଣ କରୁଥିବା ଏକ ର‌୍ୟାକେଟର ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗୁରୁଡ଼ିଝାଟିଆ ପୁଲିସ ଦ୍ୱାରା ଠାବ କରାଯାଇ ଆଠଗଡ଼ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଏହି ହାତୀ ଦାନ୍ତ ଓ ବଜ୍ରକାପ୍ତାକୁ ବାହାରକୁ ଚାଲାଣ କରାଯାଉଥିଲା । ଅଭିଯୁକ୍ତମାନଙ୍କୁ ଆଠଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କ ଜାମିନ୍ ନାମଞ୍ଜୁର କରିଥିବା ଜଣାପଡ଼ିଛି । ଗତ ମାସ ୨୮ ତାରିଖରେ ଗୁରୁଡିଝାଟିଆ ଆଇଆଇସି ବିଜୟ ବିଶି ରାତ୍ରି ପେଟ୍ରୋଲିଂ କରି ଫେରୁଥିବା ବେଳେ ସୁନିଆମୁହଁ ସଂରକ୍ଷିତ ଜଙ୍ଗଲ ନିକଟରେ ସନ୍ଦେଜଜନକ ଭାବରେ ସୁନିଆ ମୁହଁର ଭରତ ବେହେରା ଏବଂ ଖୁଣ୍ଟୁଣୀର ବିଭୂତି ବେହେରା ବୁଲୁଥିବା ଦେଖି ସେମାନଙ୍କୁ ପଚରାଉଚରା କରିବା ସହିତ ତାଙ୍କ ମୋବାଇଲରେ ହାତୀ ଦାନ୍ତ ଓ ମୃତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଏହାପରେ ସେ ଦୁଇଜଣଙ୍କୁ ଖୁଣ୍ଟୁଣୀ ରେଞ୍ଜ୍କୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତମାନେ ହେଲେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସୁନିଆମୁହଁର ଆକାଶ ବେହେରା, ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମର ପ୍ରଶାନ୍ତ ସେଠୀ, ଗୁଣ୍ଡିଚାପୁର ଗ୍ରାମର ରାଜା ଦେହୁରୀ, ଆଠଗଡ଼ ଏନ୍ଏସି ଅଞ୍ଚଳ ହେମମାଳପୁର ଗ୍ରାମର ଅଶୋକ କୁମାର ଜେନା, ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାବରନୂଆଗାଁର ସତିଆ ବେହେରା, ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଧ୍ରୁବଚରଣ ସାହୁ, ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ଼ ଗ୍ରାମର ବିଭୂତି ଭୂଷଣ ସାହୁ । ଅଭିଯୁକ୍ତଙ୍କ ଠାରୁ ବଜ୍ରକାପ୍ତା କାତି ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking