38.1 C
Bhubaneswar
Friday, April 26, 2024
Homeଓଡିଶାଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ସଦର ମହକୁମାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣକ ନିଜ ଓଢଣୀ ବେକରେ ଦେଇ ଝୁଲି ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ବୈପାରିଗୁଡା ପୁଲିସ୍ ବିଦ୍ୟାଳୟରେ ପହଂଚି ହଷ୍ଟେଲରୁ ମୃତ ଦେହ ଉଦ୍ଧାର କରିବା ସହ ଆତ୍ମହତ୍ୟା ସ୍ଥାନ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ହଷ୍ଟେଲ୍ ସୁପରିଟେଣ୍ଡେ ବିଭିନ୍ନ ସମୟରେ ଛାତ୍ରୀ ଜଣଙ୍କୁ ଗାଳି ଗୁଲଜ କରିବା ଓ ଅପମାନିତ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲେଖ ରହିଥିବା ଜଣା ପଡିଛି । ମୃତ ଛାତ୍ରୀର ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ୍ ହଷ୍ଟେଲ୍ ସୁପରିଟେଣ୍ଡେ ସୁଜାତା ନାୟକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking