34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ସଂକ୍ରମଣ ସନ୍ଦେହରେ ଏସସିବିର ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ

କରୋନା ସଂକ୍ରମଣ ସନ୍ଦେହରେ ଏସସିବିର ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ

କଟକ : ଶେଷରେ ଓଡିଶା ଆଶ୍ଵସ୍ଥ ହୋଇଛି। କଟକ ଏସସିବିରେ କରୋନା ସଂକ୍ରମଣ ସନ୍ଦେହରେ ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ଜଣାପଡିଛି। ଏସସିବିର ଜରୁରୀ କାଳୀନ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ,ମଙ୍ଗଳବାର ଏହି ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଜଣାପଡ଼ିଥିଲା। ବିଶେଷ କରି ଇଞ୍ଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ପରିଲକ୍ଷିତ ହୋଇଥିଲା। ଏସବୁ ଲକ୍ଷଣ ଦେଖି କରୋନା ସନ୍ଦେହରେ ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ରକ୍ତ ନମୁନା ପରୀକ୍ଷାପରେ ତାହା ନେଗେଟିଭ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking