26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ୯ ନୂଆ ବିଚାର ପତିଙ୍କ ଶପଥ ପାଠ

ସୁପ୍ରିମକୋର୍ଟରେ ୯ ନୂଆ ବିଚାର ପତିଙ୍କ ଶପଥ ପାଠ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୯ ବିଚାରପତି ଆଜି  ଶପଥ ନେଉଛନ୍ତି । । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଜ୍ ବି ସାମିଲ ଅଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନ ଏହି ୯ ଜଣିଆ ତାଲିକାରେ ଅଛନ୍ତି, ଯିଏ ଭବିଷ୍ୟତରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ଭାରତର ସିଜେଇ ଏନ. ଭି ରମଣଙ୍କ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । କରୋନା ନିୟମ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଶପଥ ଗ୍ରହଣ ସମାରୋହ ସୁପ୍ରିମକୋର୍ଟ ଭବନ ପରିସରରେ ହେଉଛି । ତେବେ ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ।
ଏମାନଙ୍କ ବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍‌ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking