31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପୁଣିଥରେ ରକ୍ତମୁଖା ତାଲିବାନ : ହାଜରା ସମ୍ପ୍ରଦାୟର ୧୪ ଜଣଙ୍କୁ ହତ୍ୟାକଲା

ପୁଣିଥରେ ରକ୍ତମୁଖା ତାଲିବାନ : ହାଜରା ସମ୍ପ୍ରଦାୟର ୧୪ ଜଣଙ୍କୁ ହତ୍ୟାକଲା

କାବୁଲ : ପୁଣିଥରେ ରକ୍ତମୁଖା ହୋଇ ଉଠିଛି ତାଲିବାନ। ସଂଗଠନର ସଦସ୍ୟମାନେ ଆଫଗାନର ସଂଖ୍ୟାଲଘୁ ହାଜରା ସମ୍ପ୍ରଦାୟର ୧୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆଫଗାନିସ୍ତାନର ଡେକୁଣ୍ଡି ପ୍ରଦେଶର ଖାଦ୍ରୀ ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଆଫଗାନ ସୈନ୍ୟ ଥିବାବେଳେ ୨ ଜଣ ସାଧାରଣ ନାଗରିକ ରହିଛନ୍ତି। ତାଲିବାନ ଆଫଗାନ ଦଖଲ କରିବା ପରେ ଏହି ସୈନ୍ୟମାନେ ସଂଗଠନ ନିକଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ସେମାନଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଜୁଲାଇ ମାସରେ ମଧ୍ୟ ଘଜିନ ପ୍ରଦେଶରେ ହାଜରା ସମ୍ପ୍ରଦାୟର ୯ ଜଣଙ୍କୁ ତାଲିବାନୀମାନେ ଅକଥନୀୟ ନିର୍ଯାତନା ଦେବା ପରେ ସେମାନଙ୍କୁ ସର୍ବସମ୍ମୁଖରେ ହତ୍ୟା କରିଥିଲେ। ସେମାନଙ୍କ ଘର ଭାଙ୍ଗି ଲୁଟପାଟ କରିଥିଲେ। ଏବେ ପୁଣିଥରେ ତାଲିବାନ ହାଜରା ସମ୍ପ୍ରଦାୟରକୁ ଟାର୍ଗେଟ କରିଛି। ତାଲିବାନ ଆଫଗାନ ଦଖଲ କରିବା ପରେ ସର୍ବକ୍ଷମା ଘୋଷଣା କରିଥିଲେ। ଏଥିସହ ସବୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବେ ବୋଲି ଦମ୍ଭୋକ୍ତି କରିଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ଏବେ ତାଲିବାନୀମାନେ ଆତ୍ମସମର୍ପଣ କରିଥିବା ଯବାନଙ୍କୁ ମଧ୍ୟ ହତ୍ୟା କରିବା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking