30.1 C
Bhubaneswar
Friday, April 26, 2024
Homeଅପରାଧ୯ ମାସର ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

୯ ମାସର ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

ରାଉରକେଲା : ରାଉରକେଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏନେଇ ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି । ଦେଶୀ ମଦ ଭାଟି ମ୍ୟାନେଜର ମୁକେଶ ଯାଦବ, ମ୍ୟାନେଜର ରବୀନ୍ଦ୍ର ଯାଦବ ଏବଂ କର୍ମଚାରୀ ଛୋଟୁ ସିଂ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ୯ ମାସର ଗର୍ଭବତୀ। ସଂପୃକ୍ତ ମହିଳାଙ୍କ ସ୍ବାମୀ ଜେଲରେ ଥିବାବେଳେ ଗତ ଜୁଲାଇ ୨୯ତାରିଖରେ ଘରେ ପଶି ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ଉକ୍ତ ଘଟଣା ସଂପର୍କରେ କାହା ଆଗରେ ନ କହିବାକୁ ମହିଳାଙ୍କୁ ଧମକ ଦିଆଯାଇଥିଲା । ତେବେ ସ୍ବାମୀ ଜେଲରୁ ଫେରିବା ପରେ ମହିଳା ଜଣଙ୍କ ସମସ୍ତ ଘଟଣା ସମ୍ପର୍କରେ ପ୍ରଥମେ ସ୍ବାମୀଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ବାମୀ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଆସି ଆଜି ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରିଛନ୍ତି । ମୁକେଶ ଯାଦବକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking