29.1 C
Bhubaneswar
Tuesday, May 7, 2024
Homeଓଡିଶାରାଜ୍ୟରେ ଆଜି ୬୩ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୬୩ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ସାତଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ରୁ ୭ ଜଣ, ମୟୂରଭଞ୍ଜରୁ ୬ ଜଣ, ଗଞ୍ଜାମ ଓ ପୁରୀରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଯାଜପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗିର, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ୟପଟେ, ଆଜି ପୁଣି ୧୯୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଞ୍ଚଳରୁ ୮୩୯ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୫୮, ବାଲେଶ୍ୱର-୧୮୧, ବରଗଡ଼-୧୯, ଭଦ୍ରକ-୮୬, ବଲାଙ୍ଗୀର -୧୩, ବୌଦ୍ଧ -୧୦, କଟକ-୨୯୭, ଦେବଗଡ଼-୫, ଢ଼େଙ୍କାନାଳ – ୪୪, ଗଜପତି-୫, ଗଞ୍ଜାମ-୧୩, ଜଗତସିଂହପୁର – ୮୯, ଯାଜପୁର – ୧୪୧, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୮, କନ୍ଧମାଳ – ୧୩, କେନ୍ଦ୍ରାପଡ଼ା -୨୯, କେନ୍ଦୁଝର-୩୫, ଖୋର୍ଦ୍ଧା – ୩୨୨, କୋରାପୁଟ – ୩୧, ମାଲକାନଗିରି – ୪୨, ମୟୁରଭଞ୍ଜ-୧୧୦, ନବରଙ୍ଗପୁର -୧୫, ନୟାଗଡ଼-୭୮, ନୂଆପଡ଼ା – ୬, ପୁରୀ – ୧୪୪, ରାୟଗଡ଼ା – ୨୪, ସମ୍ବଲପୁର – ୧୪, ସୁବର୍ଣ୍ଣପୁର – ୧୭, ସୁନ୍ଦରଗଡ଼- ୭୫, ଷ୍ଟେପୁଲ୍‌ରୁ – ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୧ ହଜାର ୭୪୫କୁ ବୃଦ୍ଧିପାଇଛି । ବର୍ତ୍ତମାନ ରାଜ୍ୟରେ ୨୪, ୫୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ସୁସ୍ଥ ହେଲେଣି ୯ଲକ୍ଷ ୧୨ ହଜାର ୪୬୩ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୨ ହଜାର ୪୬୩ ରହିଥିବା ବେଳେ ୨୪ ହଜାର ୫୬୭ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking