28.1 C
Bhubaneswar
Friday, April 26, 2024
Homeଓଡିଶାଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ୫ମ କରୋନା ଭୂତାଣୁ ସଂକ୍ରମିିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏମ୍ସରେ କରାଯାଇଥିବା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦୁଇ ଦିନ ଭିତରେ ରାଜ୍ୟରେ ଦୁଇ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ବୁଧବାର ରାତିରେ ଚିହ୍ନଟ ହୋଇଥିବା ଏହି ୬୦ ବର୍ଷୀୟ ବ୍ୟକ୍ତି ଜଣକ ରାଜଧାନୀର ସୂର୍ଯ୍ୟ ନଗର ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ଏବେ ବ୍ୟକ୍ତି ଜଣକ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୟ ଏକ ଟ୍ୱିଟ୍‌ରେ କୁହାଯାଇଛି ମଙ୍ଗଳବାର ସୁଦ୍ଧା ୬୧୦ ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ବୁଧବାର ୨୯୦ ନମୁନା ପରୀକ୍ଷା କରାଯାଇଛି। ଏମଧ୍ୟରୁ ଆରଏମ୍‌ଆରସିରେ ୨୨୬ ନମୁନାରୁ ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ସେହିଭଳି ଏମ୍ସର ୫୩ ନମୁନାରୁ ଗୋଟିଏ ପଜିଟିଭ୍‌ ଆସିଛି। ଏନ୍ୟପକ୍ଷରେ ଏସ୍‌ସିବିର ସମସ୍ତ ୧୧ ନମୁନା ନେଗେଟିଭ୍‌ ଆସିଛି। ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା । ଏହାପରେ ମାର୍ଚ୍ଚ ମାସ୧୯ ତାରିଖରେ ଦ୍ୱିତୀୟ ଏବଂ ୨୬ ତାରିଖରେ ତୃତୀୟ ଆକ୍ରାନ୍ତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ଓଡ଼ିଶାର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking