34.1 C
Bhubaneswar
Friday, March 29, 2024
Homeଓଡିଶାସୁସ୍ଥ ହେଲେ ଦ୍ୱିତୀୟ କରୋନା ରୋଗୀ

ସୁସ୍ଥ ହେଲେ ଦ୍ୱିତୀୟ କରୋନା ରୋଗୀ

ଭୁବନେଶ୍ବର : ଖୁବଶୀଘ୍ର ଏମ୍‌ସରୁ ଡିସଚାର୍ଜ ହେବେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ। ଏ ସଂକ୍ରାନ୍ତରେ ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ମିଳିଛି । । ଯୁବକ ଜଣକ କରୋନା ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିବା ଭିତରେ ଏହି ଯୁବକ ଜଣକ ପ୍ରଥମ। ଗତମାସ ୧୯ତାରିଖରେ ଇଂଲଣ୍ଡରୁ ଫେରିଥିବା ଏହି ଯୁବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏମ୍‌ସରେ ଡାକ୍ତର ଦେଖିବା ପରେ ତାଙ୍କୁ ଏମ୍‌ସରେ ଆଇସୋଲେସନ୍‌ରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟା ଭିତରେ ଦୁଇ ଥର ତାଙ୍କ ନମୁନା ନେଗେଟିଭ୍ ଆସିଛି। ତେଣୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
https://onakhabar.com/2020/04/02/5th-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking