34.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା, ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା, ୨ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର କୁଲଗାମରେ ୨ଟି ପୃଥକ ଏନ୍‌କାଉଣ୍ଟର ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ୨ ସେନା ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି।କୁଲଗାମ ଜିଲ୍ଲାର ଚିନିଗାମ ଓ ମୋଦରଗାମରେ ଏନ୍‌କାଉଣ୍ଟର ହୋଇଛି। ଆତଙ୍କବାଦୀ ଲୁଚିଥିବାର ଖବର ପାଇବା ପରେ ସେନା ପକ୍ଷରୁ ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମୋଦରଗାମରେ ଏନ୍‌କାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳିମାଡରେ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଏକ ଏନ୍‌କାଉଣ୍ଟରେ ଫ୍ରିସଲ କୁଲଗାମରେ ଜାରି ରହିଛି। ଏଠାରେ ହବିଲଦାର ରାଜ କୁମାର ସହିଦ ହୋଇଛନ୍ତି।ସେନାର ପ୍ରଥମ ଅଭିଯାନ ଆରମ୍ଭ ହେବାର କିଛି ଘଣ୍ଟା ପରେ କୁଲଗାମର ଚିନିଗାମ ଗାଁରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଲଶ୍କର ଗ୍ରୁପ ଏଠାରେ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିମାଡ଼ କରିଥିଲେ। ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସେପଟେ ପାଞ୍ଚ ସାଥୀଙ୍କ ମୃତ୍ୟୁକୁ ନେଇ ରାଗି ଯାଇଛନ୍ତି ଆତଙ୍କବାଦୀ। ଜମ୍ମୁ କଶ୍ମୀରର ରଜୌରୀରେ ଥିବା ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking