34.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶଭୁଶୁଡ଼ିଲା କୋଠା ୫ ମହଲା କୋଠା : ୭ ମୃତ

ଭୁଶୁଡ଼ିଲା କୋଠା ୫ ମହଲା କୋଠା : ୭ ମୃତ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ୫ ମହଲା କୋଠା। ସୁରଟର ସଚିନ ଅଞ୍ଚଳରେ ଶନିବାର ଘଟିଛି ଏଭଳି କିଛି ଅଘଟଣ। କୋଠ ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ସୂଚନା ମୁତାବକ ସଚିନ ପାଲି ଗାଁରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ୍ ଭୁଶୁଡି ପଡ଼ିଥିଲା। ଫଳରେ ଏହା ତଳେ ଅନେକ ଲୋକ ଦବି ଯାଇଥିଲେ। ଭଗ୍ନାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ଅନୁସାରେ ଏହି କୋଠାଟିକୁ ୨୦୧୭ରେ ତିଆରି କରାଯାଇଥିଲା। ୩୨ଟି ଫ୍ଲାଟ୍‌ ଥିବା ଏହି ବିଲ୍ଡିଂରେ ଅଧିକାଂଶ ପରିବାର ଭଡାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। କିନ୍ତୁ ଆନୁଷ୍ଠାନିକ ଭାବରେ ଏହି ଭଗ୍ନାବଶେଷ ତଳେ କେତେ ପରିବାର ଫସି ରହିଛନ୍ତି ସେ ସମ୍ବନ୍ଧରେ କୌଣସି ଠୋସ୍ ସୂଚନା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking