29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଜେଜେମା’ର କ୍ରିୟା କର୍ମ ବେଳେ ବୁଡ଼ିଗଲେ ୫ ଭାଇ

ଜେଜେମା’ର କ୍ରିୟା କର୍ମ ବେଳେ ବୁଡ଼ିଗଲେ ୫ ଭାଇ

ପାଟନା: ଜେଜେମାଆଙ୍କ କ୍ରିୟାକର୍ମରେ ସାମିଲ ହେବାକୁ ଆସି ଏକାସାଙ୍ଗରେ ବୁଡ଼ିଗଲେ ୫ ଭାଇ । ବିହାରର ସିବାନ ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସିବାନ ଜିଲ୍ଲାର କାନପାକଡ଼ ଗ୍ରାମରେ ଅଶର୍ଫୀ ଶାହା ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ତାଙ୍କ କ୍ରିୟାକର୍ମ ଆରମ୍ଭ ହୋଇଥିଲା । ଏହି କ୍ରମରେ ୫ ଜଣ ଭାଇ ନଦୀ ଭିତରକୁ ଘଣ୍ଟ ବାନ୍ଧିବା ପରମ୍ପରା ପାଳିବାକୁ ନଦୀ ଭିତରକୁ ଯାଇଥିଲେ । ଅଶର୍ଫୀ ଶାହାଙ୍କ ତିନି ଭାଇଙ୍କ ମୋଟ ୫ ଜଣ ପୁଅ ଏହି କର୍ମ କରିବାକୁ ଝରାହୀ ନଦୀ ଭିତରକୁ ଯାଇଥିଲେ । ସେଠାରେ କର୍ମ କରିବା ପରେ ୫ ଭାଇ ଗାଧୋଇବାକୁ ସ୍ଥିର କରିଥିଲେ ।

ଏହି ସମୟରେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ନଦୀ ସୁଅରେ ଭାସି ଯାଇଥିଲେ ।ସୂଚନା ପାଇବା ଉଦ୍ଧରକାରୀ ଦଳ କଡ଼ା ସଂଘର୍ଷ କରି ସମସ୍ତ ମୃତଦେହ ଉଦ୍ଧାର କରିଥିଲେ । ସିବାନ ସଦର ହସ୍ପିଟାଲ୍‌ରେ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ହେବ । ସେପଟେ ଏହି ଘଟଣାକୁ ନେଇ ପୂରା ଗାଁରେ ଶୋକର ଛାୟା ଖେଳି ଯାଇଛି । ମୃତକ ଅଶର୍ଫୀ ଶାହାଙ୍କ ବଡ଼ପୁଅ ଶ୍ରୀରାମ ଶାହାଙ୍କ ୨୪ ବର୍ଷୀୟ ପୁଅ ଅଜୟ ଶାହା, ୨୨ ବର୍ଷୀୟ ପୁଅ ବିଜୟ, ୧୬ ବର୍ଷୀୟ ପୁଅ ବିଶାଳ । ଅନ୍ୟ ଦୁଇ ଜଣ ମଝିଆ ପୁଅ ଜୟଚନ୍ଦ୍ରଙ୍କ ୩୪ ବର୍ଷୀୟ ପୁଅ ରିତେଶ କୁମାର ଓ ସାନପୁଅ ବଳରାମ ଶାହାଙ୍କ ପୁଅ ୨୦ ବର୍ଷୀୟ ବିକାଶ କୁମାର ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking