33.1 C
Bhubaneswar
Friday, April 26, 2024
Homeଅପରାଧଶିକାର କରିବାକୁ ଯାଇ ୪ ଶିକାରୀ ଗିରଫ

ଶିକାର କରିବାକୁ ଯାଇ ୪ ଶିକାରୀ ଗିରଫ

ଦେବଗଡ଼ : ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ମଧ୍ୟରେ ଫାଶ ବିଛାଉ ଥିବା ବେଳେ ୪ ଶିକାରୀଙ୍କୁ ବନବିଭାଗ କର୍ମଚାରୀମାନେ ଗିରଫ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,  ବେଞ୍ଜତିନାଳୀ ନିକଟସ୍ଥ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ଶିକାରୀମାନେ ପଶିଥିବା ସୂଚନା ପାଇ ଫରେଷ୍ଟର ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ବନରକ୍ଷୀ ଭୋଳେଶ୍ୱର ସାହୁ, ଆର. ଏଫ ସ୍କ୍ୱାର୍ଡର ସଦସ୍ୟମାନେ ସଂରକ୍ଷିତ ଜଙ୍ଗଲ ମଧ୍ୟକୁଯାଇ ତଲାସୀ ନେଇଥିଲେ ।  ତଲାସୀ ସମୟରେ ରିଆମାଳ ଥାନା ଅନ୍ତର୍ଗତ ତେନ୍ତଳାବାହାଳ ଗ୍ରାମର କାର୍ତିକ କିସାନ (୪୦), ଭୋଳେଶ୍ୱର ଭୋଇ (୫୫),  ତବଡା ଗ୍ରାମର ବିଦ୍ୟା ଓଦାବର (୨୪)ଓ ପ୍ରତାପ ଡୁଙ୍ଗ ଡୁଙ୍ଗ (୩୫) ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ଫାଶ ଲଗାଉ ଥିବାବେଳେ ବନ କର୍ମଚାରୀମାନେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ମିଟର ତାର ଓ ଫାଶ ଜବତ କରିଥିଲେ ।  ସେମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking