28.1 C
Bhubaneswar
Thursday, March 28, 2024
Homeଅପରାଧପୁଣି ଲଜ୍ଜା : ଆଦିବାସୀ ଶିଶୁକନ୍ୟାକୁ ଦୁଷ୍କର୍ମ

ପୁଣି ଲଜ୍ଜା : ଆଦିବାସୀ ଶିଶୁକନ୍ୟାକୁ ଦୁଷ୍କର୍ମ

ସମ୍ବଲପୁର : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଚର୍ଚ୍ଚା ହେଉଛି।
ମୋବାଇଲ ଦେଖାଇବାକୁ କହି ଜଣେ ନାବାଳକ ୭ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଖବର ସମ୍ବଲପୁରରେ ପୁଣିଥରେ ଜନମାନସରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଧନୁପାଲି ପୁଲିସ୍ ଏସମ୍ପର୍କରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ରାଉରକେଲାସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଧନୁପାଲି ଥାନା ଅଞ୍ଚଳର ଆଦିବାସୀ ଶିଶୁକନ୍ୟାଟି ସୋମବାର ରାତିରେ ଘର ପାଖରେ ଖେଳୁଥିଲା। ଏହି ସମୟରେ ପଡ଼ୋଶୀ ନାବାଳକ ପୀଡ଼ିତାଙ୍କୁ ମୋବାଇଲ ଗେମ୍ ଦେଖାଇବା ପାଇଁ ଡାକି ନେଇଥିଲା। ନାବାଳକର ମାମୁଁ ଘର ଲୋକେ ସେହି ସମୟରେ ଡାକ୍ତରଖାନାକୁ ଯାଇଥିବାରୁ ତାହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକ ପୀଡ଼ିତାଙ୍କୁ ଉକ୍ତ ଘରକୁ ନେଇଯାଇ କବାଟ କିଳି ଦେଇଥିଲା। ଏହାପରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ବାହାରେ ଖେଳୁଥିବା ପୀଡ଼ିତାଙ୍କ ସାଙ୍ଗମାନେ ତାଙ୍କ ଚିତ୍କାର ଶୁଣି କବାଟ ବାଡ଼େଇଥିଲେ ମଧ୍ୟ ନାବାଳକ କବାଟ ଖୋଲିନଥିଲା। ଦୁଷ୍କର୍ମ ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ପରାମର୍ଶ ଦେଇ ପୀଡ଼ିତାଙ୍କ ହାତରେ ୨୦ ଟଙ୍କା ଗୁଞ୍ଜିଦେଇ ଚକୋଲେଟ କିଣିବୁ କହି ତାଙ୍କୁ ଘରେ ଆଣି ଛାଡ଼ି ଦେଇଥିଲା। ପୀଡ଼ିତା ଘରକୁ ଆସିବା ପରେ ପରିବାର ଲୋକଙ୍କୁ ସବୁକଥା କହିଥିଲା । ଏନେଇ ପରିବାର ଲୋକେ ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking