39.1 C
Bhubaneswar
Friday, April 26, 2024
Homeଓଡିଶାସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ନୟାଗଡ଼ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ତେବେ ଏଭଳିି ଏକ ସଡକ ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନନ୍ଦିଘର କରଡା ନିକଟରେ ଘଟିଛି । ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସମେତ ଗାଡି ଡ୍ରାଇଭର ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକମାନେ ହେଲେ ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ କାର୍ ଡ୍ରାଇଭର ସନ୍ତୋଷ ନାୟକ। ସମସ୍ତଙ୍କ ଘର ନନ୍ଦିଘରରେ ।
ସୂଚନା ଅନୁଯାୟୀ, ଚିରଞ୍ଜିବୀଙ୍କ ଝିଅ ଭୁବନେଶ୍ୱରରେ ପାଠ ପଢ଼େ। ଏଥିପାଇଁ ଚିରଞ୍ଜିବୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ପୁଅ  ଝିଅକୁ ହଷ୍ଟେଲରେ ଛାଡ଼ିବାକୁ ଶୁକ୍ରବାର ଭୁବନେଶ୍ୱର ଆସିଥିଲେ। ଝିଅକୁ ଛାଡ଼ି ଶୁକ୍ରବାର ବିଳମ୍ବିତ ରାତିରେ ଘରକୁ ଫେରିଲା ବେଳେ  ଶରଣକୁଳ ଥାନା ନନ୍ଦିଘର କରଡା ପାଖରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। କାର୍‌ଟି ନନ୍ଦିଘର କରଡ଼ା ପାଖରେ ଗୋଟିଏ ଗଛକୁ ଧକ୍କା ଦେବା ଫଳରେ କାରରେ ଯାଉଥିବା ବାପ, ମାଆ ଓ ପୁଅଙ୍କ ସହ କାର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking