34.1 C
Bhubaneswar
Friday, March 29, 2024
Homeରାଶିଫଳଆଜି ଦିନଟି ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ଅଛି, ଆସନ୍ତୁ ଜାଣିବା ଆଉ ସବୁ...

ଆଜି ଦିନଟି ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ଅଛି, ଆସନ୍ତୁ ଜାଣିବା ଆଉ ସବୁ ରାଶି ବିଷୟରେ…

ମେଷ: ଆଜି ସ୍ୱର୍ଣ୍ଣାଦି ଲାଭ ହୋଇପାରେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଯଶସ୍ୱୀ ହେବେ । ବିଦ୍ୟାବାନ ହୋଇପାରନ୍ତି । ବିଜ୍ଞତାର ପରିଚୟ ଦେବେ । କ୍ଷମାଶୀଳ ହେବେ । ସତପଥଗାମୀ ଓ ଦୟାବାନ ହୋଇପାରନ୍ତି ।
ବୃଷ: ଦେବ ବ୍ରାହ୍ମଣଙ୍କ ଭକ୍ତ ହୋଇପାରନ୍ତି । କୃଷି ବଳରେ ବଳୀୟାନ ହେବେ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ପାଇବ । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବ । ପିଲାମାନେ ଶିକ୍ଷାକ୍ଷେତ୍ରରେ ଯୋଗଦେବେ ।
ମିଥୁନ: କର୍ମକ୍ଷେତ୍ରରେ ସନ୍ତୋଷଜନକ ହୋଇପାରେ । ସେବାପୂଜାରେ ନିୟୋଜିତ ହେବେ । ଦେବଦର୍ଶନରେ ଶାନ୍ତି ମିଳିବ । ବ୍ୟବସାୟରେ ଅଳ୍ପ ଲାଭ ମିଳିବ । ଶତ୍ରୁ ବିବାଦ ଲାଗି ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।
କର୍କଟ: ପୁଷ୍ୟା ଓ ଅଶ୍ୱେଷାନକ୍ଷେତ୍ର ଜାତବ୍ୟକ୍ତି ଶତ୍ରୁ ବିଜୟୀ ହେବେ ।ର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ଲାଭର ଆଶା କମ । ଘର କରିବାକୁ ଇଚ୍ଛୁକ ହେବେ ।
ସିଂହ : ବନ୍ଧୁ ଦର୍ଶନର ଯୋଗ ରହିଛି । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ । ବ୍ୟବସାୟରେ କ୍ଷତି ସହିପାରନ୍ତି । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।
କନ୍ୟା : ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟ ପ୍ରତି ତରବର ହୋଇ ସିଦ୍ଧାନ୍ତ ନ ନେବା ଉଚିତ । ଶରୀରପ୍ରତି ବିପଦ ଅଛି । ମହିଳାମାନେ ଅଶାନ୍ତିରେ ରହିପାରନ୍ତି ।
ତୁଳା: ଆଜି ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ସ୍ୱାତୀ ନକ୍ଷେତ୍ର ଜାତ ବ୍ୟକ୍ତି ଚଞ୍ଚଳ ପ୍ରକୃତିରେ ହେବେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଚିତ୍ରା ଓ ବିଶାଖା ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର ସମାନ ଫଳ ମିଳିବ ।
ବିଛା: ଆଜି ଦିନଟି ଆପଣଙ୍କର ଖୁସିରେ କଟିବ । କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ଧନୁ: ପାରିବାରିକ ସମସ୍ୟା ଦେଖାଦେବ । ନୂତନ ଜାଗା କ୍ରୟ କରିପାରନ୍ତି । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିବ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ବ୍ୟବସାୟରେ କ୍ଷତି ସମ୍ଭାବନା ଅଛି ।
ମକର : ଅର୍ଥ କ୍ଷେତ୍ରରେ ସୁଫଳ ମିଳିବ । ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ହୋଇପାରେ । ମହିଳାମାନେ ପୁତ୍ର ଚିନ୍ତା କରିପାରନ୍ତି ।
କୁମ୍ଭ: ବ୍ୟବସାୟରେ ଲାଭବାନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମିବାହାନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଗୃହରେ ପୂଜାକାର୍ଯ୍ୟରେ ଲାଗିରହିବେ ।
ମୀନ: ରେବତୀ ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର କର୍ମକୁଶଳତା ପ୍ରକାଶ ପାଇବ । ଚିନ୍ତାଧାରାରେ ଉନ୍ନତି ଘଟିବ । ନିଜକାର୍ଯ୍ୟ ସମ୍ପୂର୍ଣ୍ଣ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ପ୍ରଶଂସିତ ହେବେ । ମହିଳାମାନେ ଧର୍ମକାର୍ଯ୍ୟରେ ସମଫଳ ପ୍ରାପ୍ତି ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking