29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶବିଷାକ୍ତ ମଦ ପିଇ ୪ ମୃତ, ୩ ପୁଲିସ କର୍ମଚାରୀ ନିଲମ୍ବିତ

ବିଷାକ୍ତ ମଦ ପିଇ ୪ ମୃତ, ୩ ପୁଲିସ କର୍ମଚାରୀ ନିଲମ୍ବିତ

ଚିତ୍ରକୁଟ : ଉତ୍ତରପ୍ରଦେଶରୁ ଲଗାତାର ବିଷାକ୍ତ ମଦ ମୃତ୍ୟୁ ଖବର ଆସୁଛି। ପୂର୍ବରୁ ପ୍ରୟାଗରାଜ ଓ ପ୍ରତାପଗଡ଼ରେ ବିଷାକ୍ତ ମଦ ପିଇ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏବେ ଚିତ୍ରକୁଟରେ ୪ ଜଣ ଲୋକ ବିଷାକ୍ତ ମଦ ପିଇ ଜୀବନ ହାରିଛନ୍ତି । ସୂଚନା ଅନୁଯାୟୀ, ରବିବାର ରାତ୍ରିରେ ଚିତ୍ରକୁଟ ରାଜାପୁର ଅଞ୍ଚଳର ଖୋପା ଗାଁ’ରେ କିଛି ଲୋକ ଏକ ଦୋକାନରୁ ମଦ କିଣି ପିଇଥିଲେ। ଏଥିରେ ୨ ଜଣଙ୍କର ହଠାତ୍ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବରପାଇ ଚିତ୍ରକୁଟ ଜିଲ୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଏଥିସହ ଉକ୍ତ ଦୋକାନରୁ ମଦ କିଣି ପିଇଥିବା ଲୋକଙ୍କୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ମଦ ମୃତ୍ୟୁ ଘଟଣାରେ ଜଣେ ଏସଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଚିତ୍ରକୁଟ ଏସପି ଅଙ୍କିତ ମିତ୍ତଲ ରାଜାପୁର ଥାନାରେ କାର୍ଯ୍ୟରତ ଏସ‌ଆଇ ଓ ୨ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking