38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହୀରାକୁଦରେ କମୁଛି ଜଳପତ୍ତନ , ସ୍ଥିତି ସୁଧୁରିବାକୁ ଲାଗିବ ଆଉ ୪ ଦିନ

ହୀରାକୁଦରେ କମୁଛି ଜଳପତ୍ତନ , ସ୍ଥିତି ସୁଧୁରିବାକୁ ଲାଗିବ ଆଉ ୪ ଦିନ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବଷର୍ର ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବନ୍ୟା ସ୍ଥିତିରେ ସୁଧାର ଆସିବାକୁ ଆହୁରି ୪ ଦିନ ଲାଗିବ ବୋଲି ସୂଚନା ମିଳିଛି । ଏନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ ।

ଗତକାଲି ହୀରାକୁଦକୁ ୯ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ପ୍ରଥମେ ୪୬ଟି ଗେଟ୍ ଖୋଲିଥିବା ବେଳେ ଏବେ ୩୬ଟି ଗେଟ ଖୋଲା ଅଛି । ଏବେ ହୀରାକୁଦରେ ଜଳପତ୍ତନ କମୁଛି । ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳପତ୍ତନ ଏବେ ୬୨୭.୧୨ ଫୁଟ ରହିଛି । ଡ୍ୟାମକୁ ୫ ଲକ୍ଷ ୩ ହଜାର ୧୦୯ କ୍ୟୁସେକ ଜଳ ପଶୁଛି । ଏଥିସହ ଡ୍ୟାମରୁ ୫ ଲକ୍ଷ ୯୮ ହଜାର ୪୦୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏଥିସହ ୩୬ଟି ଗେଟ୍‌ରେ ୬ ଲକ୍ଷ କ୍ୟୁସେକ ଜଳ ଛଡ଼ାଯାଉଛି । ମୁଣ୍ଡଳୀରେ ୧୦ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ଯାଉଛି । ଏହା ଦିନ ଦୁଇଟା ପର୍ଯ୍ୟନ୍ତ ଚାଲୁ ରହିବ । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ସୃଷ୍ଟି ହୋଇଛି । ଆହୁରି ଅଧିକ ଘାଇ ସୃଷ୍ଟି ହୋଇଥାନ୍ତା, କିନ୍ତୁ ଅନୁଭୂତି ସଂପନ୍ନ ଅଫିସରଙ୍କ ପାଇଁ କମିଛି । ମହାନଦୀ ସିଷ୍ଟମରେ ୫ଟି ଘାଇ ସୃଷ୍ଟି ହୋଇଛି । ସ୍ଥିତି ସୁଧୁରିବାକୁ ଆଉ ୪ ଦିନ ଲାଗିବ ବୋଲି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking