37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦେଖନ୍ତୁ ବୁଢି ମା’ଙ୍କ ଧମାକେଦାର ଡ୍ୟାନ୍ସ , ଲୋକେ କହିଲେ...

ଦେଖନ୍ତୁ ବୁଢି ମା’ଙ୍କ ଧମାକେଦାର ଡ୍ୟାନ୍ସ , ଲୋକେ କହିଲେ…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆପଣଙ୍କୁ ଏପରି କିଛି ଭିଡିଓ ମିଳିଥାଏ, ଯାହା ଆପଣଙ୍କୁ ହସାଇବା ସହ କିଛି ସକାରାତ୍ମକ ଭାବନା ମଧ୍ୟ ଆଣିଥାଏ । ଏପରି ଏକ ଭିଡିଓ ଟ୍ୱିଟରରେ ଆଜି କାଲି ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ବୃଦ୍ଧ ମହିଳା ଦୁନିଆକୁ ଭୁଲି ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ ଅବ ତୋ ଆଜା’ର ତାଳେ ତାଳେ ନାଚିବାରେ ଲାଗିଛନ୍ତି । ଏହି ଭିଡିଓ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ଲୋକମାନେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି । ୧୫ ସେକେଣ୍ଡର ଏହି ଭିଡିଓକୁ @peechetodekho ନାମକ ଜଣେ ଟ୍ୱିଟର ୟୁର୍ଜର ସେୟାର କରିଛନ୍ତି, ଯାହାହି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୨ ଜଣ ବୃଦ୍ଧ ମହିଳା ଆଶା ଭଂସାଲୀଙ୍କ ୧୯୭୧ ମସିହାରେ ଆସିଥିବା ହିଟ୍ ଗୀତ୍ ‘ ପିୟା ତୁ ଅବ ତୋ ଆଜା’ରେ ଡ୍ୟାନ୍ସ କରିଛନ୍ତି । ଏହି ଦୁହିଁ ବୃଦ୍ଧ ମହିଳାଙ୍କ ଡ୍ୟାନ୍ସ ଦେଖି ସେଠାକୁ ଜଣେ ବୃଦ୍ଧ ମଧ୍ୟ ଆସିଛନ୍ତି ଓ ସେ ମଧ୍ୟରେ ଝୁମିବାରେ ଲାଗିଛନ୍ତି । ମହିଳାଙ୍କ ଜୋସକୁ ଲୋକମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking