35.1 C
Bhubaneswar
Saturday, May 4, 2024
Homeଓଡିଶାଅଗଷ୍ଟରୁ ଅକ୍ଟୋବର ଭିତରେ ଆସିପାରେ ତୃତୀୟ ଲହର

ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିପାରେ ତୃତୀୟ ଲହର

ଭୁବନେଶ୍ୱର : ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବାର ଅଛି କରୋନାର ତୃତୀୟ ଲହର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଯାହା ଆବଶ୍ୟକ ଅଛି । ସେ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୫୪ ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି । ସବୁଠାରୁ ଆଶ୍ୱସ୍ତିକର ଖବର ଯେ,  ସେହି ୫୪ ଜିଲ୍ଲା ଭିତରେ  ଆମର  କିଛି ଜିଲ୍ଲା ନାହିଁ । ବର୍ତ୍ତମାନ ସୁଦ୍ଧା ଆମେ ୨ୟ ଲହରରୁ ବାହାରିନାହୁଁ। ଏବେ ବି ୨ୟ ଲହରର ସଂକ୍ରମଣ ଜାରି ରହିଛି। କିଛି ଜିଲ୍ଲାରେ ସଂକ୍ରମଣ ଖସିବାର ନାଁ ଧରୁନି । ଖାସ୍‌ କରି ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହୁଛି। ଵିଶେଷଙ୍ଗ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ  ଏଠାରେ ସଂକ୍ରମଣ ହାର ଅଧିକ ରହୁଛି।

ତେଣୁ ଆଗକୁ ତୃତୀୟ  ଲହର ପାଇଁ ସମସ୍ତ ପ୍ରସ୍ତୁତି ଅଛୁ । ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି।  ଭିତ୍ତି ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରେନିଂ ମଧ୍ୟ ଦିଆଯାଉଛି ।  ସର୍ଭିଲାନ୍ସ ଅଧିକ ଗୁରୁତ୍ବ ଦିଆଯାଉଛି।  ଜାତୀୟ ରାଜପଥ କଡ଼ରେ ଥିବା ଜାଗାରେ ସଂକ୍ରମଣ ବଢୁଛି। ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି । ତାହା ସବୁ ଅଡିଟ ରିପୋର୍ଟ ।  ସେଥିପାଇଁ ଭୟଭୀତ ହେବାର କିଛି ନାହିଁ। ଆଉ କିଛି ଦିନ ମଧ୍ୟରେ ଅଡିଟ ସରିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking