39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭୁବନେଶ୍ୱରରୁ ଆଜି ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱରରୁ ଆଜି ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୪୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୪୨୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଏକ କେନ୍ଦ୍ରୀୟ ହସ୍ପିଟାଲରୁ ୧୩, ଖଣ୍ଡଗିରିରୁ ୧୧ଟି ଲୋକାଲ କେସ ଚିହ୍ନଟ ହୋଇଛି । ଏକ ଘରୋଇ ହସ୍ପିଟାଲରୁ ୮, ବିଜେବି ନଗରରୁ ୭, ବମିଖାଲରୁ ୫ ଚିହ୍ନଟ ହୋଇଛନ୍ତି । ଅନ୍ୟ ଏକ ଘରୋଇ ହସ୍ପିଟାଲରର ୬ କର୍ମଚାରୀ କରୋନା ଆକ୍ରାନ୍ତ ହେବା ସହ ନୀଳାଦ୍ରୀବିହାରରୁ ୬ ଚିହ୍ନଟ ହୋଇଛନ୍ତି । ରଳାଶୁଣିରୁ ୬, ଖାରବେଳନଗରରୁ ୫ଟି ଲୋକାଲ କେସ ଚିହ୍ନଟ ହୋଇଛି । ଶୈଳଶ୍ରୀ ବିହାରରେ କ୍ୱାରେଣ୍ଟାଇନରେ ଥାଇ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୟୁନିଟ-୬ ଅଂଚଳରୁ ୬, ଜୟଦେବ ବିହାର ଓ ମଂଚେଶ୍ୱରରୁ ୫ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୮୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦୫୨ ଜଣ ସୁସ୍ଥ ହୋଇଛନ୍ତି ଓ ୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୧୩୩ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking