27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୁରାରୋଗ୍ୟ ପୀଡ଼ିତଙ୍କୁ ଆଇସୋଲେସନ ମନା

ଦୁରାରୋଗ୍ୟ ପୀଡ଼ିତଙ୍କୁ ଆଇସୋଲେସନ ମନା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଏହାସହ ବହୁ କୋଭିଡ଼ ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ନଥିବା ଦେଖାଯାଇଛି ।

ହୋମ ଆଇସୋଲେସନରେ କୋଭିଡ଼ ରୋଗୀଙ୍କ ପାଇଁ ଅଲଗା ରୁମ୍ ଓ ଅଲଗା ୱାଶରୁମ ଦରକାର । କ୍ୟାନସର ପରି ରୋଗି ଥିବେ ଯଦି ଆକ୍ରାନ୍ତ ହୋମ ଆଇସୋଲେସନରେ ରହିବେ ନାହିଁ । ଉଭୟ ଆକ୍ରାନ୍ତ ଓ ତାଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ସତର୍କ ରହିବା ଜରୁରୀ । ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ରୁମ୍ ବାହାରକୁ ବାହାରିବେ ନାହିଁ । ଆକ୍ରାନ୍ତଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ମାସ୍କ ଓ ଗ୍ଲୋବସ ବ୍ୟବହାର କରିବେ ।ଆକ୍ରାନ୍ତଙ୍କ ପାଖରୁ ଶିଶୁ ଓ ବୟସ୍କ ଦୂରେଇ ରହିବା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking