38.1 C
Bhubaneswar
Friday, April 26, 2024
Homeଓଡିଶା୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେ୍‌ଟ୍‌ରେ ମଞ୍ଜୁରୀ

୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେ୍‌ଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେ୍‌ଟ୍‌ରେ ଆଜି ୩୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିରେ ପାନୀୟ ଜଳକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ପାନୀୟ ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି । ଏଥିରେ ପାନୀୟ ଜଳ ମଧ୍ୟ ସାମିଲ ରହିଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥି ସରକାର ଅନେକଗୁଡ଼ିଏ ଯୋଜନା ମାଧ୍ୟମରେ କାମ କରୁଛନ୍ତି । ଏହି କ୍ରମରେ ସରକାର ମୟୂରଭଞ୍ଜ ଜିଲ୍ଲାରେ ମେଗା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଖୁଣ୍ଟା, ବଡ଼ସାହି, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ୬୨ ଗ୍ରାମପଞ୍ଚାୟତ ୪୮୪ଟି ଗାଁରେ ପାନୀୟ ଜଳ ଯୋଗାଇ ଦିଆଯିବ । ୩୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ୩ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ୍ ବ୍ୟତୀତ ସରକାର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ପ୍ରକଳ୍ପଗୁଡ଼ିକ ସ୍ଥାପନ କରିବେ । ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍ ବୋର୍‌ୱେଲ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି । ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର‌୍ୟ୍ୟକାରୀ ହେବ ।

ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ । ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର‌୍ୟ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ପ୍ରକଳ୍ପ କାର‌୍ୟ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ । ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ରୂପାନ୍ତରିତ କରିବାକୁ ଆଇନ୍ ପ୍ରଣୟନ ପ୍ରସ୍ତାବ ଦିଆଯାଇଛି । ୨୪ଟି ଘରୋଇ ପ୍ରାଥମିକ ଉଚ୍ଚବିଦ୍ୟାଳୟକୁ ସରକାରୀ ଅନୁଦାନ ମିଳିବ । ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ । ଏହା ଦ୍ୱାରା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଷିତ କରାଯାଇ ପାରିବ ବୋଲି କୁହାଯାଇଛି ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ଭବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ଶସ୍ତାରେ ଜମି ଯୋଗାଇ ଦେବେ । ଏନେଇ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ କାର‌୍ୟ୍ୟ ୫ଟି ଅଧିନରେ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇଡକୋକୁ ସରକାର ୬୨କୋଟି ୬୩ଲକ୍ଷ ଟଙ୍କା ଯୋଗାଇବେ । ବାରଙ୍ଗ ଅଞ୍ଚଳରେ ଟାଟା ପାଇଁ ଅଧିକୃତ ଜମି ଇଡକୋକୁ ଯିବ । ୨୪ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ । ଉପକୃତ ହେବେ ୪୭ଜଣ ଶିକ୍ଷକ, ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ । ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ କ୍ୟାବିନେଟର ମୋହର ।

ରାଜ୍ୟରେ ୧ଲକ୍ଷ ନୂଆ ବୋରୱେଲ ଖନନ କରାଯିବ । ଆସନ୍ତା ୫ବର୍ଷରେ ୧ଲକ୍ଷ କ୍ଲଷ୍ଟର ବୋରୱେଲ ଯୋଜନା । ଖର୍ଚ୍ଚ ହେବ ୪ହଜାର ୧୯୮କୋଟି, ୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ । ୧ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ । ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହେଲା ୧୨ନୂଆ ଗାଁ । ୧୨ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ, ଖର୍ଚ୍ଚ ୧୮୫କୋଟି । ୭୦ ଲକ୍ଷ ଏସଏଚଜି ମହିଳା ସଦସ୍ୟାଙ୍କ ପାଇଁ ସୃଷ୍ଟି ହେବ ବଜାର ।

ରାଜ୍ୟ କ୍ୟାବିନେଟରେ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking