30.1 C
Bhubaneswar
Wednesday, May 22, 2024
Homeଓଡିଶାସରକାରୀ ଇଂଜିନିୟରିଂ ସ୍କୁଲରେ ୩ ପଜିଟିଭ

ସରକାରୀ ଇଂଜିନିୟରିଂ ସ୍କୁଲରେ ୩ ପଜିଟିଭ

କଟକ: ଏକ ସରକାରୀ ଇଂଜିନିୟରିଂ ସ୍କୁଲରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ନୋଡାଲ ଅଫିସର ସ୍ମୃତି ରଂଜନ ସାମଲ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ , ଭୁବନେଶ୍ୱର ଆଲେ ଇନଷ୍ଟିଚ୍ୟୁଟରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । ୩୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି । ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ ବାହାରିଛନ୍ତି । ପରେ ବିଏମସି ଏହା ଉପରେ କଡା ପଦକ୍ଷେପ ନେଇଛି । ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି ।

ପୂର୍ବରୁ , ଅନୁଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ୪୦ ଜଣ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କର ଏବେ ରିପୋର୍ଟ ଆସିଛି । ପୂର୍ବରୁ ୮ ଜଣ ଚିହ୍ନଟ ହୋଇଥିଲେ । ଆଜି ଆଉ ୨ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ସଂକ୍ରମିତ ନିଜସ୍ୱ ଆଇସୋଲେସନରେ ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ବର୍ତମାନ ଅନେକ ଶିକ୍ଷାନୁଷ୍ଠାନରେ କରୋନା ଆତଙ୍କ ଖେଳାଇଛି । ପୂର୍ବରୁ ଏକ୍ସଆଇଏମବିରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଲେନ ଇନଷ୍ଟିଚ୍ୟୁଟ ଏବଂ ଅନୁଗୁଳସ୍ଥିତ ଆଇଆଇଟି ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତା ବଢୁଛି । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking