28.9 C
Bhubaneswar
Wednesday, April 17, 2024
Homeଓଡିଶାଓସିଏ ଭିଜନ ୨୦୨୪: ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟୀ

ଓସିଏ ଭିଜନ ୨୦୨୪: ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟୀ

ବଲାଙ୍ଗିର,(ଦେବାଶିଷ ମିଶ୍ର) – ଆଜି ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟ ଲାଭ କରିଛି ।
ଆଜିର ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ଼ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ କ୍ରିକେଟ ଏକାଡେମୀ ଟସ ଜିଣି ଟିଟିଲାଗଡ଼ କ୍ରିକେଟ କ୍ଲବକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ଟିଟିଲାଗଡ଼ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କରି ୩୮ ଓଭରରେ ସମସ୍ତ ଉଇକେଟ ହରାଇ ୨୪୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ମହମ୍ମଦ ୟୁସୁଫ ସର୍ବାଧିକ ୫୭ ରନ୍ ଓ ସୁନୀଲ ଭୋଇ ୫୨ ରନ୍ କରିଥିଲେ । ନାଏକ ଏକାଡେମୀ ତରଫରୁ ରୋଶନ ସାଏ ୪ ଟି ଓ ଆୟୁଷ ପାଣିଗ୍ରାହୀ ୩ଟି ୱିକେଟ ଅକ୍ତିଆର କରିଥିଲେ । ୨୪୭ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନାଏକ ଏକାଡେମୀ ୩୯.୩ ଓଭରେ ସମସ୍ତ ଉଇକେଟ ହରାଇ ମାତ୍ର ୧୬୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ, ଏହି ମ୍ୟାଚକୁ ୭୯ ରନ ବ୍ୟବଧାନ ରେ ହାରି ଯାଇ ଥିଲେ । ନାଏକ ଏକାଡେମୀ ତରଫରୁ ଆୟୁଷ ସାହୁ ସର୍ବାଧିକ ୭୦ ରନ୍ ଓ ଅମିୟ ଧରୁଆ ଅପରାଜିତ ୧୮ ରନ୍ ସଂଗ୍ରହ କରିଥିଲେ । ଟିଟିଲାଗଡ଼ କ୍ଲବ ତରଫରୁ ସୁନୀଲ ଭୋଇ ଓ ଅଜୟ ପଟ୍ଟନାୟକ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଟିଟିଲାଗଡ଼ କ୍ଲବ ଦଳର ସୁନୀଲ ଭୋଇଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ରାଜେନ୍ଦ୍ର ସେଠ ଓ ମୁକେଶ ସ୍ବାଇଁ ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking