40.1 C
Bhubaneswar
Saturday, April 27, 2024
Homeଓଡିଶାଆହୁରି ୩ ଦିନ କଲବଲ କରିବ ତାତ

ଆହୁରି ୩ ଦିନ କଲବଲ କରିବ ତାତ

ଭୁବନେଶ୍ୱର : ଆହୁରି ୩ ଦିନ କଲବଲ କରିବ ତାତି । ପୁଣି ବଢିବ ରାଜ୍ୟର ତାପମାତ୍ରା । ଗତକାଲି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜିଠାରୁ ତିନିଦିନ ଯାଏ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାସହ ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରା ୨ରୁ ତିନି ଡିଗ୍ରୀ ଯାଏଁ ପାରଦ ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ୨୪ ଘଣ୍ଟାରେ  କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷାରେ ହେବାର ସମ୍ଭାବନା ରହିଥିବା ବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ । ଆସନ୍ତା ୨ ରୁ ୩ ଦିନ ଯାଏଁ ଶୁଖିଲା ପାଗ ରହିବା ସହ ୩୦ ତାରିଖ ପରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୩୦ କିମ୍ବା ୩୧ ତାରିଖରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷାର ସମ୍ଭାବନାକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଛି । ଆଗାମୀ ସପ୍ତାହରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ସୀମିତ ରହିବ । ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଡିଗ୍ରୀ ଯାଏ ତାପମାତ୍ରା ରହିବା ସହ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।
ସେହିପରି ଗତା ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୭ଟି ସହରରେ ୩୭ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ମୟୂରଭଞ୍ଜର ଶ୍ୟାମାଖୁଣ୍ଟାରେ ସର୍ବାଧିକ ୨୨.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୮.୩ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking