40.1 C
Bhubaneswar
Saturday, April 27, 2024
Homeଓଡିଶାକନେଷ୍ଟବଳଙ୍କ ମୃତଦେହ ନେବା ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଟଣାଓଟରା

କନେଷ୍ଟବଳଙ୍କ ମୃତଦେହ ନେବା ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଟଣାଓଟରା

କଟକ: ଏସ୍‌ସିବି ମେଡିକାଲ୍‌ରେ ଫୁଲନଖରା ଟ୍ରାଫିକ ଥାନାର କନେଷ୍ଟବଳ ଅଭୟ ବେହେରାଙ୍କ ମୃତଦେହ ନେବାପାଇଁ ଦୁଇ ମହିଳା ଦାବି କରିଛନ୍ତି । ଫଳରେ ପୁଲିସ କାହାକୁ ଶବ ହସ୍ତାନ୍ତର ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି । ଗତ ୨୩ ତାରିଖ(ଶନିବାର)ଦିନ ଫୁଲନଖରା ଟ୍ରାଫିକ ଥାନାର କନେଷ୍ଟବଳ ଶ୍ରୀ ବେହେରା ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ଚିକିସ୍‌ôାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁ ଖବର ପାଇ ମେଡିକାଲରେ ପ୍ରଥମ ପତ୍ନୀ ପହଞ୍ôଚ ମୃତ ଦେହ ନେବାକୁ ଅଡି ବସିଥିଲେ । ଅନ୍ୟପକ୍ଷରେ ଅଭୟଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ପାଖରେ ରହି ତାଙ୍କ ସେବା କରୁଥିବା କହି ଅଭୟଙ୍କ ମୃତଦେହ ନେବାକୁ ଜିଦ୍‌ରେ କରିଥିଲେ । ଏନେଇ ଖବରପାଇ ମଙ୍ଗଳାବାଗ ଥାନା ପୁଲିସ ପହଞ୍ôଚ ଦୁଇଜଣଙ୍କ ସହିତ ଆଲୋଚନା କରିଥିଲା । ହେଲେ ଏ ପର୍ଯ୍ୟନ୍ତ ସମାଧାନର ବାଟ ବାହାରି ନଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଅଭୟ ବେହେରା ଦୁଇଟି ବିବାହ କରିଥିଲେ । ୭ବର୍ଷ ହେବ ସେ ପ୍ରଥମ ପତ୍ନୀ ଠାରୁ ଅଲଗା ରହୁଥିଲେ । କିିନ୍ତୁ ପ୍ରଥମ ସ୍ତ୍ରୀଙ୍କ ସହ ଅଭୟଙ୍କ ଛାଡପତ୍ର ହୋଇନଥିଲା । ଏନେଇ ଏକ ମାମଲା କୋର୍ଟରେ ବିଚାରଧୀନ ଥିବାବେଳେ ଅଭୟ ଦ୍ୱିତୀୟ ବିବାହ କରିସାରିଥିଲେ । ଏବେ ତାଙ୍କ ମୃତ୍ୟୁପରେ ମୃତଦେହ ନେବାପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା ବେଳେ ଆଇନ୍ ଅନୁଯାୟୀ ଶବ ହସ୍ତାନ୍ତର କରାଯିବ ବୋଲି ଜଣପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking