30.1 C
Bhubaneswar
Monday, May 6, 2024
Homeଓଡିଶାଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ନିର୍ଦ୍ଦୋଷ

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର: ଜନୈକା କଲେଜ ଛାତ୍ରୀ ଅପହରଣ ସହ ଦୁଷ୍କର୍ମ ମାମଲାର ଆଜି ଫାଷ୍ଟ ଟ୍ରାକ ପୋକସ ଜଜ୍ ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ ଚମାଖଣ୍ଡି ଥାନା ଅଞ୍ଚଳର ଅଭିଯୁକ୍ତ ଜୟକୃଷ୍ଣ ସେଠୀ, ଏନ. ସନ୍ୟାସି ରେଡ୍ଡୀ ଓ ଆର. ଭୀମ ରେଡ୍ଡୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ମାମଲାର ବିଚାରଣା ବେଳେ ମୋଟ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୧୫ ଡିସେମ୍ବର ୭ ତାରିଖରେ ଚମାଖଣ୍ଡି ଅଞ୍ଚଳରୁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଏନେଇ ପିଡ଼ିତାଙ୍କ ବାପା ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୨୦୧୬ ମସିହାରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଛାତ୍ରୀ ଜଣଙ୍କ କଲେଜ ଯାଉଥିବା ବେଳେ ରାସ୍ତାରୁ ତାଙ୍କୁ ଜଣେ ଯୁବକ ଅପହରଣ କରି ଏକ ଘରେ ହାତ ଗୋଡ ବାନ୍ଧି ରଖି ଥିଲେ । ଏବଂ ତାଙ୍କ ସେଠାରେ ଦୁଷ୍କର୍ମ କରିଥିବା ନେଇ ପିଡ଼ିତା ଜଣଙ୍କ ପୁଲିସକୁ ତାଙ୍କ ବୟାନରେ କହିଥିଲେ । ଦୁଷ୍କର୍ମ ଅଭିଯୋଗରେ ଜୟକୃଷ୍ଣ ସେଠୀଙ୍କୁ ୨୦୧୬ ନଭେମ୍ବର ୨୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ସହ ଛାତ୍ରୀଙ୍କୁ ଅଟୋରେ ଅପହରଣ କରାଇବାରେ ସହଯୋଗ କରିଥିବା ଏନ. ସନ୍ୟାସୀ ରେଡ୍ଡୀ ଓ ଆର. ଭୀମ ରେଡ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଉକ୍ତ ମାମଲାର ବିଚାରଣା ଚାଲିଥିବା ବେଳେ ପିଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking