29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଏସିଆ ମାର୍କେଟରେ ଟେସ୍‌ଲା କାର୍ ମୂଲ୍ୟ କମିଲା

ଏସିଆ ମାର୍କେଟରେ ଟେସ୍‌ଲା କାର୍ ମୂଲ୍ୟ କମିଲା

ସାଂଘାଇ: ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲୋନ ମସ୍କ୍‌ଙ୍କ ମାଲିକାନାରେ ପରିଚାଳିତ ଟେସ୍‌ଲା କମ୍ପାନୀ ଇତିମଧ୍ୟରେ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ ଭଳି ଏସୀୟ ରାଷ୍ଟ୍ର ସମେତ ଅଷ୍ଟ୍ରେଲିଆରେ କାର୍ ମୂଲ୍ୟକୁ ହ୍ରାସ କରିଥିବା ଜଣାପଡିଛି । ଇଲେକ୍‌ଟ୍ରୋନିକ୍ସ କାର୍ ନିର୍ମାତାଭାବେ ଟେସ୍‌ଲା ବିଶ୍ୱର ସବୁଠାରୁ ଆଦୃତ ହେଉଥିବା କମ୍ପାନୀ । ତେବେ ବିଦ୍ୟୁତ୍‌ଚାଳିତ କାର୍‌ର ଚାହିଦା କମୁଥିବାରୁ ଟେସ୍‌ଲା ଇତିିମଧ୍ୟରେ ଏହି ସବୁ ଦେଶରେ ମଡେଲ ୱାଇ ଓ ମଡେଲ ୩ କାର୍ ମୂଲ୍ୟକୁ ହ୍ରାସ କରିବାକୁ ବାଧ୍ୟ ହୋଇଛି । ଚୀନ୍‌ର ସାଂଘାଇ ସହରରେ ଟେସ୍‌ଲାର ଏକ କାରଖାନା ମଧ୍ୟ ରହିଛି । ଏହାସତ୍ତ୍ୱେ ଚୀନ୍‌ରେ ଟେସ୍‌ଲା କାର୍ ଚାହିଦା କ୍ରମଶଃ ହ୍ରାସ ପାଉଥିବାରୁ କମ୍ପାନୀ ୨୦୨୨ ସେପ୍ଟେମ୍ବରରୁ ଚୀନ୍ ଗ୍ରାହକଙ୍କ ପାଇଁ ୨୪ ପ୍ରତିଶତ ମୂଲ୍ୟ ହ୍ରାସ କରିସାରିଲେଣି । ଆମେରିକା ପରେ ଚୀନ୍‌ରେ ଟେସ୍‌ଲା କମ୍ପାନୀର ବୃହତ୍ତମ କାର୍ ମାର୍କେଟ ରହିଛି । ତେବେ ଚୀନ୍‌ବାସୀ ସାଂଘାଇ କାରଖାନା ତୁଳନାରେ ଆମେରିକା କାରଖାନାରେ ନିର୍ମିତ ଟେସ୍‌ଲା କାର୍‌କୁ ଅଧିକ ପସନ୍ଦ କରୁଛନ୍ତି । ଅପରପକ୍ଷରେ ୟୁରୋପରେ ଗତବର୍ଷ ଟେସ୍‌ଲା କାର୍‌ର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ୟୁରୋପ୍‌ର ଇଭି କାର୍ ମାର୍କେଟ୍‌ରେ ଟେସ୍‌ଲା ପ୍ରାୟ ୧୯ ପ୍ରତିଶତ ବ୍ୟବସାୟ କରିପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking